Latest Odisha News

BREAKING NEWS

ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର

ନୂଆଦିଲ୍ଲୀ:  ‘ବିଜ୍ଞାପନ କରୁଥିବା ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର ବି ବିଜ୍ଞାପନ ପାଇଁ ରହିବେ ଉତ୍ତରଦାୟୀ’। ଏମିତି କିଛି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ ବିଭ୍ରାନ୍ତକର ସାବ୍ୟସ୍ତ ହେବ, ତା’ହେଲେ କମ୍ପାନୀ ସହ ଏହାର ପ୍ରଚାର କରୁଥିବା ସେଲେବ୍ରେଟୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସସର ବି ସମାନ ଭାବେ ଉତ୍ତରଦାୟୀ ରହିବେ।

ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ପ୍ରକାଶ କରିଥିବା ବିଭ୍ରାନ୍ତକର ବିଜ୍ଞାପନ ମାମଲାର ଶୁଣାଣି କରିବା ବେଳେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଇଣ୍ଡିଆନ ମେଡିକାଲ ଆସୋସିଏସନ ଉପରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବିଭ୍ରାନ୍ତକର ବିଜ୍ଞାପନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଏହିପରି କିଛି କହି ବର୍ଷିଛନ୍ତି । ଯଦି କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ ବିଭ୍ରାନ୍ତକର ସାବ୍ୟସ୍ତ ହେବ, ତା’ହେଲେ କମ୍ପାନୀ ସହ ଏହାର ପ୍ରଚାର କରୁଥିବା ସେଲେବ୍ରେଟୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସସର ବି ସମାନ ଭାବେ ଉତ୍ତରଦାୟୀ ରହିବେ। ସେହିପରି ପ୍ରସାରଣକାରୀ ସଂସ୍ଥା ଏପରି ବିଜ୍ଞାପନ ଦେଖାଇବା ପୂର୍ବରୁ ଗୋଟିଏ ଘୋଷଣାପତ୍ର ମଧ୍ୟ ଜାରି କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.