Latest Odisha News

ଡିଆରଡିଓର ଆଉ ଏକ ସଫଳତା, ଆଂଟିବଡି ପରୀକ୍ଷା ପାଇଁ ପ୍ରସ୍ତୁତ କଲା କିଟ

ନୂଆଦିଲ୍ଲୀ: ଡିଆରଡିଓକୁ ଶୁକ୍ରବାର ଆଉ ଏକ ବଡ ସଫଳତା ହାସଲ କରିଛି । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଥିବା ବେଳେ ଏହି କିଟ ବେଶ୍ କାର୍ଯ୍ୟକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି କିଟର ନାମ ଡିପକୋଭନ ଏବଂ ଏହା ଜୁନରେ ମାର୍କେଟରେ ଉପଲବ୍ଧ ହେବ । ଅଳ୍ପ ସମୟ ମଧ୍ୟରେ ଏହା ଆଂଟିବଡି ପରୀକ୍ଷା କରିପାରିବା ସହ ୯୭ ପ୍ରତିଶତ ଭାଇରସ ସ୍ପାଇକକୁ ଡିଟେକ୍ଟ କରିପାରିବ । ଦିଲ୍ଲୀର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଏହାକୁ ପରୀକ୍ଷା କରାଯାଇଥିଲା ।

ଆଇସିଏମଆର ଏବଂ ଡିସିଜିଆଇ ମଧ୍ୟ ଏହାକୁ ଅନୁମତି ପ୍ରଦାନ କରିଛି । ପୂର୍ବରୁ ୨ ଡେକ୍ସି ଡି ଗ୍ଲୁକୋଜ ଔଷଧକୁ ମଧ୍ୟ ସରକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲା । ସ୍ୱତନ୍ତ୍ର ସ୍ୱଦେଶୀ ଜ୍ଞାନକୌଶଳରେ ଏହି କିଟକୁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.