Latest Odisha News

ବାଘକୁ ଅଂଶୁଘାତ ! ଅସୁସ୍ଥ ଅବସ୍ଥାରେ କାବୁ କରି ଚିକିତ୍ସା କରୁଛି ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।

ସିଲାରିବାହାରା ଗାଁ ପାଖ ଜଙ୍ଗଲରେ ବାଘ ଅସୁସ୍ଥ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ବାଘକୁ କାବୁ କରି ଚିକିତ୍ସା କରୁଛି । ଶନିବାର କଲମିଦାଦରରେ ଏକ ବାଛୁରୀକୁ ବାଘ  ଖାଇଥିବା ବେଳେ ଆଜି ପାୱାରତଲା ଗାଁରେ ଆଉ ଏକ ବାଛୁରୀକୁ ଖାଇଥିବା ଅଭିଯୋଗ ହୋଇଥିଲା ।

ଅସୁସ୍ଥ କଲରାପତରିଆକୁ ଜାଲ ପକାଇ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ । ଚିକିତ୍ସା ଚାଲିଥିବା ବେଳେ କଲରାପତରିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଗତ ୨ ମାସ ହେଲା ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ଲାଗି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବାଘକୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି ।

Leave A Reply

Your email address will not be published.