Latest Odisha News

BREAKING NEWS

ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା

ପାରାଦୀପ: ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା। ଜୁନ୍ ୧୪ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ବର୍ତ୍ତମାନ ମାଛମାନଙ୍କର ଅଣ୍ଡାଦାନ ସମୟ ହୋଇଥିବାରୁ, ମାଛ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସମୟରେ ମାଛ ମାନେ ଅଣ୍ଡା ଦେବା ପାଇଁ କୂଳକୁ ଆସିଥାନ୍ତି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଛଧରା ଉପରେ ରୋକ୍ ଲଗାଇଛନ୍ତି।

ଏହାକୁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକ ସ୍ବାଗତ କରିଥିବା ବେଳେ ଡଙ୍ଗାରେ ମାଛ ଧରୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଉପରେ ମଧ୍ୟ ରୋକ୍ ଲଗାଇବାକୁ ସେମାନେ ଦାବି କରିଛନ୍ତି। ସେପଟେ ୬ ମାସ କଇଁଛ କଟକଣା , ଦୁଇମାସ ମାଛ ଅଣ୍ଡା ଦେବାର ସମୟ ଓ ଲଘୁଚାପ ଯୋଗୁଁ ପ୍ରାୟ ଦେଢ଼ ରୁ ଦୁଇମାସ ମାଛ ଧରା ବନ୍ଦ ହେଉଛି । ଏହି ବନ୍ଦ ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମତ୍ସ୍ୟଜୀବୀ ମାନେ ଦାବି କରିଛନ୍ତି।

ଯେଉଁ ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କ ମାଛ ଧରିବା ଉପରେ କଟକଣା ଲଗା ଯାଇନାହିଁ, ସେମାନେ ଏବେ ଯନ୍ତ୍ର ଚାଳିତ ଛୋଟ ଟାପା ଓ ଡଙ୍ଗା ନେଇ ସମୁଦ୍ରରେ ମାଛ ଧରିବାକୁ ଯାଉଛନ୍ତି। ଏପରିକି ସେମାନେ ଏବେ ନେଟ ଜାଲ ମଧ୍ୟ ବ୍ୟବହାର କରୁଛନ୍ତି, ଯାହାଦ୍ଵାରା ମା’ ମାଛ ଗୁଡ଼ିକ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ସମସ୍ତ ପ୍ରକାର ମାଛଧରା ଉପରେ ରୋକ୍ ନ ଲଗାଇଲେ ସରକାରଙ୍କ ଲକ୍ଷ ହାସଲ ହେବନାହିଁ ବୋଲି ବୋଟ୍ ମାଲିକ ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରେ ଏହି କଟକଣା ଜାରି ହୋଇଛି । ତେବେ ଯେଉଁ ମାନେ ଏହି ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ମତ୍ସ୍ୟ ସମ୍ପଦ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି କଟକଣା ଯୋଗୁଁ ବୋଟ୍ ରେ କାମ କରୁଥିବା ମତ୍ସ୍ୟଜୀବୀ ବର୍ଷକୁ ମାତ୍ର ୨ ରୁ ଅଢେଇ ମାସ କାମ କରି ବର୍ଷକ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ଏହାର  ସମାଧାନ କରିବା ପାଇଁ ମତ୍ସ୍ୟଜୀବୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.