Latest Odisha News

BREAKING NEWS

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଟିକ୍‌ଟକ୍ ଷ୍ଟାର ଅମୃତାଙ୍କୁ ମିଳିଲା ଫିଲ୍ମ ଅଫର୍ !

ମୁମ୍ବାଇ: ଟିକ୍‌ଟକ୍ ଷ୍ଟାର୍ ଅମୃତାଙ୍କୁ ଦେଖିଲେ ଜାଣି ପାରିବେ ସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖା ଯାଆନ୍ତି । ସୋସିଆଲ୍ ମିଡ଼ିଆରେ ଅମୃତାଙ୍କୁ ନେଇ ଏବେ ଖୁବ୍ ଜୋରରେ ଚର୍ଚ୍ଚା ମଧ୍ୟ ଚାଲିଛି ।

ଐଶ୍ୱର୍ଯ୍ୟା ରାଏଙ୍କ ପରି ଦେଖାଯାଉଥିବା ଏହି ଟିକ୍‌ଟକ୍ ଷ୍ଟାରଙ୍କୁ ଏବେ ମିଳିଛି ଏକ ଫିଲ୍ମ ଅଫର୍ । ଏକ ମାଲାୟଲାମ୍ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ଅମୃତାଙ୍କୁ ମିଳିଛି ସୁଯୋଗ । ଏବେ ଟିକ୍‌ଟକ୍‌ରେ ଥିବା ଅମୃତାଙ୍କ ଫ୍ୟାନମାନଙ୍କ ଆନନ୍ଦ କହିଲେ ନ’ସରେ ।

ମିଳିଥିବା ସୂଚନାନୁଯାୟୀ, ‘ପିକାସୋ’ ନାମକ ଏକ ମାଲୟଲାମ ଫିଲ୍ମରେ ଅମୃତା ଅଭିନୟ କରିବେ । ଏହି ଫିଲ୍ମରେ ଅମୃତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ସୁପରଷ୍ଟାର୍ କ୍ରିଷ୍ଣା ।

ଫିଲ୍ମ ‘ପିକାସୋ’ର ନିର୍ଦ୍ଦେଶନା ସୁନୀଲ୍ କାରିଆଟ୍ଟୁକରା ଦେଇଥିବା ବେଳେ ଶେଖ୍ ଆଫଜାଲ୍ ପ୍ରଯୋଜକ ରହିଛନ୍ତି ।

ଅବଶ୍ୟ ଅନେକ ଅଭିନେତ୍ରୀ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କ ପରି ଦେଖା ଯାଉଥିବାରୁ ଅନେକ ଦିନ ଧରି ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି ସ୍ନେହା ଉଲ୍ଲାଲ, ମିଷ୍ଟି ଚକ୍ରବର୍ତ୍ତୀ, ମହାଲଘା ଜାଭେରୀ, ଆମାଣ୍ଡା ସେପ୍ରିଡ୍ ଏବଂ ଦିୟା ମିର୍ଜା ।

Leave A Reply

Your email address will not be published.