Latest Odisha News

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହେଲା

ଟୋକିଓ: କରୋନା ଭାଇରସ ପ୍ରଭାବ ଯୋଗୁ ଏବେ ଟୋକିଓ ଅଲିମ୍ପିକ୍ସ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନ ସରକାର ଏଥି ଉପରେ କଡା ନଜର ରଖିଛନ୍ତି । ଯଦି ମେ’ ଶେଷ ଯାଏଁ କୋରୋନା ଭାଇରସ୍ ଉପରେ କାବୁ ନକରାଯାଏ ତେବେ ଅଲମ୍ପିକ୍ ଖେଳକୁ ରଦ୍ଦ କରାଯିବ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ ସମିତିର ଏକ ବରିଷ୍ଠ ସଦସ୍ୟ କହିଛନ୍ତି ।

ଅଲମ୍ପିକ୍ ଗେମ୍ସ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବାର ଅଛି । କୋରୋନା ଭାଇରସ୍ କାରଣରୁ ଚୀନ୍‌ରେ ବକ୍ସିଙ୍ଗ ଓ ବ୍ୟାଡମିଣ୍ଟନର ଅଲମ୍ପିକ୍ କ୍ୱାଲିଫାଇଙ୍ଗ ପ୍ରତିଯୋଗିତାକୁ ପୂର୍ବରୁ ହିଁ ବନ୍ଦ କରିଦିଆଯାଇଛି । ଚୀନ୍‌ରେ କୋରାନାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ । ଏହା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.