Latest Odisha News

BREAKING NEWS

ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ ଅକ୍ଷୟ-କୃତିଙ୍କ ବଚ୍ଚନ ପାଣ୍ଡେ

ମୁମ୍ବାଇ: ବଲିଉଡ ସଫଳ ଅଭିନେତା ଭାବେ ପରିଗଣିତ ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିରେ ଅକ୍ଷୟଙ୍କ ସହ କୃତି ସେନନ ଅଭିନୟ କରୁଛନ୍ତି । ୨୦୨୧ଜାନୁୟାରୀରୁ ଫିଲ୍ମ ଫ୍ଲୋରକୁ ଯିବ ବୋଲି ପ୍ରଯୋଜକ ଟିମ୍ ପକ୍ଷରୁ କୁହାଯାଇଛି । ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । କରୋନା ମହାମାରୀ ଯୋଗୁ ଏହାର ଶୁଟିଂରେ ବିଳମ୍ବ ଘଟିଥିଲା ।

BjdElectrycity

ସାଜିଦ ନାଡିୱାଡୱାଲାଙ୍କ ଏହି ଫିଲ୍ମରେ ଅକ୍ଷୟ ଗ୍ୟାଙ୍ଗଷ୍ଟାର ଓ କୃତି ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି । ଅକ୍ଷୟ ବେଲବଟମ, ଅନ୍ତରଙ୍ଗୀ ରେ ଫିଲ୍ମର ଶୁଟିଂ ପ୍ରାୟତଃ ଶେଷ କରି ସାରିଥିବାରୁ ଏଥର ସମ୍ପୂର୍ଣ୍ଣ ଭାବେ ବଚ୍ଚନ ପାଣ୍ଡେ ଶୁଟିଂ ଉପରେ ମନୋନିବେଶ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.