Latest Odisha News

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩% ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଉଭୟ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ତେବେ ସକାଳୁ ସକାଳୁ ମତଦାନ ହାର ସେଭଳି ଅଧିକ ନଜର ଆସିନି । ସକାଳ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ ରେକର୍ଡ ହୋଇଛି । ଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିବା  ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସକାଳ ୯ଟା ସୁଦ୍ଧା ମାତ୍ର ୯ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ୧୧ଟା ସୁଦ୍ଧା ଏହି ହାର ୨୬ ଦଶମିକ ୨୪ ପ୍ରତିଶତକୁ ବୃଦ୍ଧି ହୋଇଛି । ମତଦାନ ସଂଧ୍ୟା ୬ଟା ଯାଏଁ ଚାଲିବାକୁ ଥିବାରୁ ଆଗକୁ ମତଦାନ ହାର ଅଧିକ ଦ୍ରୁତ ହେବା ନେଇ ସେ ସୂଚନା ଦେଇଛନ୍ତି ।

ତେବେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱ ହୋଇଥିଲା । ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହାଇଟେକ୍ ବ୍ୟବସ୍ଥା ହୋଇଛି । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ ସାବ୍ୟସ୍ତ କରୁଥିବା ବେଳେ ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି ।

Leave A Reply

Your email address will not be published.