Latest Odisha News

BREAKING NEWS

ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣା, ଟାୟାର ଜାଳି ପ୍ରତିବାଦ

ଭୁବନେଶ୍ବର: ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ଜୋରଦାର ପ୍ରତିବାଦ କରିଛନ୍ତି ପରିବାର ଲୋକେ। ପୁଅକୁ ବୋହୂ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ରାତି ତମାମ ରାସ୍ତାରେ ମୃତଦେହ ରଖି ପରିବାର ଲୋକ ରାସ୍ତାରୋକ କରିଛନ୍ତି। ଏଥିସହିତ ପୁଅକୁ ନ୍ୟାୟ ଦାବିରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ପରିବାର। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ରାତିରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ବ୍ରହ୍ମପୁର SP। ଖୁବଶୀଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ, ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ସେ ଛତ୍ରପୁରରେ ମୋଟର ଯାନ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା।

ତେବେ ସ୍ତ୍ରୀ ଓ ଶାଳକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଥିଲେ। ସେହିପରି ଆଶୁତୋଷଙ୍କ ଭଉଣୀ ନିବେଦିତା ଦେବୀଙ୍କ ଅଭିଯୋଗ ଆଧାରରେ ପୋଲିସ ଆଶୁତୋଷଙ୍କ ସ୍ତ୍ରୀ ସନ୍ଧ୍ୟା ନାୟକ ଏବଂ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.