Latest Odisha News

ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ, ଧନକଡଙ୍କୁ ଫୋନ କରି ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ । ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପିତ ମୁର୍ମୁ ତାଙ୍କ ସୋସିଆl ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଚିନ୍ତାଜନକ ଘଟଣା । ସଂସଦ ପରିସରରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେପରି ଅପମାନିତ କରାଗଲା, ତାହା ମୋତେ ବହୁ ପରିମାଣରେ ମର୍ମାହତ କରିଛି । ନିର୍ବାଚିତ ସାଂସଦମାନେ ନିଜର ମତ ପ୍ରକାଶ କରିବାର ଅଧିକାର ରହିଛି । କିନ୍ତୁ ସେମାନଙ୍କର ଅଭିବ୍ୟକ୍ତି ସମ୍ମାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ହେବା ସହ ଆଦର୍ଶ ମଧ୍ୟରେ ରହିବା ଉଚିତ | ଏହା ହେଉଛି ସଂସଦୀୟ ପରମ୍ପରା । ଯାହାକୁ ନେଇ ଆମେ ଗର୍ବିତ। ଭାରତର ଲୋକମାନେ ସେମାନଙ୍କଠାରୁ ମଧ୍ୟ ଏହା ହିଁ ଆଶା କରୁଛନ୍ତି ।

ସେପଟେ ସଂସଦ ପରିସରରେ ସାଂସଦ କଲ୍ୟାଣ ବାନାର୍ଜୀ କରିଥିବା ‘ବ୍ୟଙ୍ଗ’ ଭିଡିଓ ଭାଇରାଲ୍‌ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନିକଟକୁ ଫୋନ୍‌ କରି ଦୁଃଖ ପ୍ରକାଶ କରିଛନ୍ତି । ଫୋନରେ ମୋଦୀ କହିଛନ୍ତି ଯେ, ସଂସଦ ମଧ୍ୟରେ କିଛି ସାଂସଦଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକାର ବିଦ୍ରୁପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତ ୨୦ ବର୍ଷ ହେବ ମୁଁ ମଧ୍ୟ ଏଭଳି ଅପମାନ ସହୁଥିବା ନେଇ ଫୋନରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଏକ୍ସ କରି ଧନଖଡ଼ କହିଛନ୍ତି । ଏତଦବ୍ୟତୀତ କୌଣସି ଅପମାନ ମୋତେ ସତ୍ୟପଥରୁ ବିଚ୍ୟୁତ କରିପାରିବନି ବୋଲି ଏକ୍ସରେ ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆଜି ଧନକରଙ୍କୁ ଭେଟିଛନ୍ତି । ସାଂସଦଙ୍କ ଦ୍ୱାରା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବ୍ୟଙ୍ଗ କରାଯିବା ଘଟଣାକୁ ନେଇ ବାଚସ୍ପତି ବିର୍ଲା ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସଂସଦର ପ୍ରବେଶ ଦ୍ୱାରରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ବ୍ୟଙ୍ଗ କରି ଅଙ୍ଗଭଙ୍ଗୀ କରିଥିଲେ । ଏହି ଭିଡିଓ ଭାଇରାଲ୍ ହେବା ପରେ ରାଜନୀତି ତେଜିଛି ।

Leave A Reply

Your email address will not be published.