Latest Odisha News

BREAKING NEWS

ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କଟକ : ଭକ୍ତଙ୍କ ପ୍ରତୀକ୍ଷାର ହେବ ଅନ୍ତ । ଆସନ୍ତାକାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ନିୟମ ଅନୁସାରେ, ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ । ତେବେ ସପ୍ତାହନ୍ତ ସଟଡାଉନ ଅର୍ଥାତ ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ମାସ୍କ ପିନ୍ଧିବା ସହ ଥର୍ମାଲ ସ୍କ୍ରିନିଂ କରାଯିବ । ଅସୁସ୍ଥ ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି, ଗର୍ଭବତୀ କିମ୍ବା ୧୦ ବର୍ଷରୁ କମ୍ ପିଲାମାନେ ଧାର୍ମିକ ଅନୁଷ୍ଠାନରେ ପରିଦର୍ଶନ ନ କରିବାକୁ ପରାମର୍ଶ ଦିଆଯାଇଛି । ଧାର୍ମିକ ଅନୁଷ୍ଠାନ ପରିସରରେ ପୂଜାପାଠ କିମ୍ବା କୌଣସି ପ୍ରସାଦ, ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ । ସାମାଜିକ ଦୂରତା ବଜାୟ ରଖିବା ସହ ଧର୍ମାନୁଷ୍ଠାନକୁ ସର୍ବାଧିକ ୫୦ ଜଣ ପ୍ରବେଶ କରିପାରିବେ ବୋଲି ସୂଚନା ଦେଇଛି କଟକ ମହାନଗର ନିଗମ ।

Leave A Reply

Your email address will not be published.