Latest Odisha News

BREAKING NEWS

ବଲାଙ୍ଗିରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : ବଲାଙ୍ଗିରରେ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ଆସନ୍ତା ୨୦୨୨ ଜୁନ ସୁଦ୍ଧା ବଲାଙ୍ଗିରର ଲୋୟର ସୁକତେଲ ସ୍ପିଲୱେ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ବଲାଙ୍ଗିର ମେଡିକାଲ କଲେଜ ଓ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି 5T ସଚିବ ।

ଏହି ଅବସରରେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ଓ ପିପି ଏକାଡେମୀକୁ ଗସ୍ତ କରିଥିଲେ ଉଭୟ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସ୍କୁଲର ବିକାଶ ନେଇ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର 5T କାର୍ଯ୍ୟକ୍ରମରେ ୨୪ଟି ହାଇସ୍କୁଲରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ବିଜ୍ଞାନ ଲାବରେଟୋରୀ ନିର୍ମାଣ କରାଯିବ ।

ସେହିପରି ବଲାଙ୍ଗିର ମେଡିକାଲ କଲେଜରେ ନିର୍ମାଣାଧୀନ ତରଳ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସାଙ୍ଗକୁ କୋଭିଡ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ମଧ୍ୟ ତଦାରଖ କରିଥିଲେ । ଅଗଷ୍ଟ ମାସ ଶେଷ ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗସ୍ତ ଅବସରରେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପକୁ ବୁଲି ଦେଖିବା ସହ ସ୍ପିଲୱେ ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ ।

Leave A Reply

Your email address will not be published.