Latest Odisha News

ନୂଆଖାଇ ପାଇଁ ୯ ତାରିଖ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: କୃଷି ଭିତ୍ତିକ ପର୍ବ ‘ନୂଆଖାଇ’ ପାଇଁ ସେପ୍ଟେମ୍ବର ୯ ତାରିଖ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ଓଡିଶା ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ବିଜ୍ଞପ୍ତି ଅନୁଯାୟୀ, ନୁଆଖାଇ ପର୍ବ ପାଇଁ ସୋମବାର ଦିନ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ ବନ୍ଦ ରହିବ।

ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ।

ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟିଆଲ୍ କୋର୍ଟ ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

Comments are closed.