Latest Odisha News

BREAKING NEWS

ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରାରେ ଦିନରାତି ଚାଲିବ ବସ୍‌, ଟୋଲ୍‌ ଫି ଆଦାୟ ମନା

ପୁରୀ: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍‌ ଫି’ ଆଦାୟ ମନା। ପିପିଲି ଟୋଲ୍‌ ଗେଟ୍‌ରେ ବସ୍‌ କି କାର୍‌, କୌଣସି ଗାଡ଼ିକୁ ଫି’ ଦେବାକୁ ପଡ଼ିବନି। ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଲେ ବସ୍‌ ମାଲିକ ସଂଘ ସା. ସମ୍ପାଦକ।

ବସ୍‌ ମାଲିକ ସଂଘ ସା. ସମ୍ପାଦକଙ୍କ କହିବା ଅନୁସାରେ, ପିପିଲି ଟୋଲ୍‌ ଗେଟ୍‌ରେ କୌଣସି ଯାନକୁ ଫି ଦେବାକୁ ପଡିବ ନାହିଁ । ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍‌ ଚାଲିବ । ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ କରାଯିବ । ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ । ରାଜ୍ୟର ପ୍ରାୟ ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ୍‌ ଚାଲିବା ନେଇ ସୂଚନା ଦିଆଯାଇଛି ।

Comments are closed.