Latest Odisha News

BREAKING NEWS

୩୯ ବର୍ଷ ବୟସରେ ପାଦ ଥାପିଲେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ , ଜାଣନ୍ତୁ ତାଙ୍କ ଲାଇଫର ଟପ୍ ସିକ୍ରେଟ

ଦିଲ୍ଲୀ : ଆଜି ସାଉଥ୍ ଷ୍ଟାର ତଥା ପୁଷ୍ପାର ଫେମସ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ବର୍ଥ ଡେ’ । ୩୯ ବର୍ଷରେ ପାଦ ଥାପିଛନ୍ତି ଅଲ୍ଲୁ ଅର୍ଜୁନ । ଆଜି ଏହି ଫେମସ ଷ୍ଟାରଙ୍କ ବର୍ଥ ଡେ’ରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।୮ ଏପ୍ରିଲ ୧୯୮୨ ମସିହାରେ ମାଡ୍ରାସରେ ସେ ଜନ୍ମ ଗ୍ରହଣ କରିଥିଲେ ଅଲ୍ଲୁ ଅର୍ଜୁନ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଅଲ୍ଲୁ ଅର୍ଜୁନ୍ । ପୁପ୍ପା ଫିଲ୍ମ ଜବରଦସ୍ତ ହିଟ ହେବା ପରେ ଏବେ ଫେମସ୍ ଆକ୍ଟର ଲିଷ୍ଟରେ ଅଲ୍ଲୁ ଅର୍ଜୁନଙ୍କ ନାଁ ଚର୍ଚ୍ଚା ହେଉଛି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଅବା ଗୀତ ଦେଇ ସାଉଥି ଇଣ୍ଡଷ୍ଟ୍ରିରେ ନିଜର ଦବଦବା ରଖିଛନ୍ତି ଅଲ୍ଲୁ ଅର୍ଜୁନ୍ ।

ଅଲ୍ଲୁ ଅର୍ଜୁନଙ୍କ ବିଷୟରେ କିଛି

ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ମାନେ ତାଙ୍କ ସିକ୍ରେଟ ଜାଣିବା ପାଇଁ ସବୁବେଳେ ଏକ୍ସାଇଟେଡ୍ ଥାନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲକି ଲମ୍ବର ହେଉଛି ୬୬୬ । ତାଙ୍କ ଗାଡି ମୋବାଇଲ ଏବଂ ଘରର ଅନେକ ସ୍ଥାନରେ ଆପଣ ୬୬୬ ରହିଥିବା ଦେଖିବାକୁ ମିଳିଥାଏ । ତା ସହ ଦାମିକିଆ ଗାଡି ଚଲାଇବା ଅଲ୍ଲୁଙ୍କ ସଉକ ଅଟେ । ତାଙ୍କ ପାଖରେ ଦାମିକିଆ ଗାଡିର ଭେରାଇଟି କଲେକ୍ସନ ମଧ୍ୟ ଅଛି । ଅଲ୍ଲୁ ଅର୍ଜୁନଙ୍କ ଭ୍ୟାନିଟି ଭ୍ୟାନ୍ ଫାଇବ୍ ଷ୍ଟାର ହୋଟେଲଠାରୁ ମଧ୍ୟ କମ୍ ନୁହେଁ ।
୬୬୬ ନମ୍ବର
ଅଲ୍ଲୁ ଅର୍ଜୁନଙ୍କ ମୋବାଇଲ ନମ୍ବର ୬୬୬ ରେ ଶେଷ ହୋଇଛି । ସେହିପରି ଗାଡିର ନମ୍ବର ପ୍ଲେଟ ବି ୬୬୬ ରହିଛି ।୨୦୧୭ରେ ଅଲ୍ଲୁ ଅର୍ଜୁନଏକ ମର୍ସିଟିଜ ଗାଡି କିଣିଥିଲେ ତାହାର ନମ୍ବର ୬୬୬ ଥିଲା । ଏହି ଗାଡି ନମ୍ବରକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ ମାନଙ୍କୁ ଜଣାଇଥିଲେ ଅଲ୍ଲୁ ଅର୍ଜୁନ । ତାହ ସହ କହିଥିଲେ କିଛି ଲୋକଙ୍କୁ ଏହା ପସନ୍ଦ ନଆସି ପାରେ ହେଲେ ମୋ ପାଇଁ ଏହା ଲକି ଓ ଶାନ୍ତିର ପ୍ରତିକ ଅଟେ ।

ଅଲ୍ଲୁ ଅର୍ଜୁନଙ୍କ ପସନ୍ଦର ଆକ୍ଟର କିଏ ?
ମିଡିଆ ରିପୋର୍ଟ ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ପସନ୍ଦର ଆକ୍ଟର ହେଉଛନ୍ତି ଗୋବିନ୍ଦା । ଗୋବିନ୍ଦାଙ୍କ ‘ହାମ୍ ଆପ କେ ହୈ କୋନ’ ଫିଲ୍ମ ବହୁତ ପସନ୍ଦ ଆସିଥିଲା ଅଲ୍ଲୁଙ୍କୁ । ବଲିଉଡ ଷ୍ଟାର ଶାହାରୁଖଙ୍କ ଫ୍ୟନ ଅଟନ୍ତି ଅଲ୍ଲୁ । କିନ୍ତୁ ୨୦ ବର୍ଷ ଭିତରେ ଶାହାରୁଖ ଓ ଅଲ୍ଲୁଙ୍କ କେବେ ଦେଖା ହୋଇନାହିଁ । ଶାହାରୁଖଙ୍କୁ ଯେବେ ଅଲ୍ଲୁ ଅର୍ଜୁନ ଏହି କଥା କହିଥିଲେ । ଶାହାରୁଖ କହିଥିଲେ ଖୁବ୍ ଶିଘ୍ର ଆସ। କିଛି ଟାଇମ ଆମେ ଏକାଠି ବିତାଇବା ।

ଏସବୁ ଥିଲା ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜୀବନର କିଛି ସିକ୍ରିଟ୍ । ହେଲେ ଏହାକୁ ଅଲ୍ଲୁ ଅର୍ଜୁନ କେବେ ସିକ୍ରେଟ ବୋଲି କହନ୍ତି ନାହିଁ । ସମସ୍ତଙ୍କ ଆଗରେ ସବୁକିଛି ସେୟାର କରିବାକୁ ଭଲ ପାଆନ୍ତି ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍।

Leave A Reply

Your email address will not be published.