Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ

ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ । ସେଓ, ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ । ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ ।

ନାଗପୁରରେ ୧୦୦ଟା ଲେମ୍ବୁକୁ ୫୦୦ରୁ ୧ହଜାର ଟଙ୍କାରେ କିଣୁଛନ୍ତି ବେପାରୀ।  ଓଡ଼ିଶାରେ ଗୋଟିଏ ଲେମ୍ବୁ ୮ରୁ ୧୦ ଟଙ୍କାରେ ମିଳୁଛି। ପଖାଳ କଂସାରୁ ଉଭାନ ହୋଇଯାଇଛି ଲେମ୍ବୁ ।

ଛୋଟିଆ ଲେମ୍ବୁ ଗୋଟାକୁ ୬ଟଙ୍କା ଏବଂ ବଡ ଲେମ୍ବୁ ୮ରୁ ୧୦ ଟଙ୍କାରେ ବିକ୍ରି ହେଉଛି । କାଗଜ କଲମରେ ଚାଲିଥିବା ଲେମ୍ବୁ ଚାଷର ପ୍ରକୃତ ରହସ୍ୟ ଏବେ ବଜାର ସ୍ଥିତି ଖୋଲି ଦେଇଛି । କାରଣ ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ। ଗୋଟା ପ୍ରତି ଲେମ୍ବୁ ମୂଲ୍ୟ ଏବେ ୮ରୁ ୧୦ ଟଙ୍କା ଛୁଇଁଛି । ଯାହା କେବେ କାନ ଉଠିଲାଠୁ ଶୁଣାଯାଇ ନ ଥିଲା।

ଗ୍ରୀଷ୍ମଦିନ ପାଇଁ ଯେଉଁଠି ଖାଉଟି ବ୍ୟାଗରେ ଗଣ୍ଡାଏ ଦିଗଣ୍ଡା ଲେମ୍ବୁ ପକାଉଥିଲା , ପରିବା କିଣିବା ପରେ କଞ୍ଚାଲଙ୍କା ଭଳି ବେପାରୀଟି ଗ୍ରାହକଙ୍କୁ ଗୋଟିଏ ଦୁଇଟି ଲେମ୍ବୁ ମାଗଣାରେ ଦେଉଥିଲା ସେ ସ୍ଥିତି ପୂରା ବଦଳିଯାଇଛି । ଏବେ ଗୋଟିଏ ଲେମ୍ବୁ କିଣିବାକୁ ମଧ୍ୟ ଜଣେ ଗ୍ରାହକ ଭୟ କରୁଛି।

ରାଜ୍ୟର ପ୍ରମୁଖ ପରିବା ମଣ୍ଡି କୁହାଯାଉଥିବା ଛତ୍ରବଜାରରେ ବି ଲେମ୍ବୁ ଦର ଆକାଶଛୁଆଁ। ଯେଉଁଠି କିଲୋ ଦରରେ ଲେମ୍ବୁ ବିକ୍ରି ହେଉଥିଲା, ସେଠି ଏବେ ଗୋଟା ଗଣତିରେ ବିକ୍ରି କରାଯାଉଛି। ଖୋଲା ବଜାରରେ ଲେମ୍ବୁ ଗୋଟା ୮ଟଙ୍କାରୁ ୧୦ଟଙ୍କାରେ ବିକ୍ରି ହେଉଛି । ରକେଟ୍‌ ଭଳି ପ୍ରତିଦିନ ଲେମ୍ବୁ ମୂଲ୍ୟ ବଢ଼ିଚାଲିଛି। ତେଲ ଦର ପରି ଲେମ୍ବୁର ଅନିୟନ୍ତ୍ରିତ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି।

 

 

Leave A Reply

Your email address will not be published.