Latest Odisha News

BREAKING NEWS

ଆଲୋଚନା ସଭା ଓ ପ୍ରବନ୍ଧ ଗଳ୍ପଗୁଚ୍ଛ ‘ଗଳ୍ପ ପାଖୁଡ଼ା’ ଲୋକାର୍ପଣ

ଜୟପୁର: ପ୍ରଜ୍ଞାଶ୍ରୀ ଶିକ୍ଷା ବିକାଶ ଏକାଡ଼େମୀ ଜୟପୁର ଆନୁକୂଲ୍ୟରେ ଏକ ଆଲୋଚନା ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଶ୍ରୀଅରବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଶ୍ରୀନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଦାଶରଥି ନନ୍ଦଙ୍କ କରକମଳରେ ଗାଳ୍ପିକ ଶ୍ରୀଭଗବାନ ସାବତଙ୍କ ରଚିତ ପ୍ରବନ୍ଧ ଗଳ୍ପଗୁଚ୍ଛ ‘ଗଳ୍ପ ପାଖୁଡ଼ା’ ଲୋକାର୍ପଣ ହୋଇଥିଲା।

ସମ୍ମାନିତ ଅତିଥିଭାବେ ଡ଼.ଗଙ୍ଗାଧର ନନ୍ଦ, ପ୍ରାଧ୍ୟାପକ ପ୍ରେମାନନ୍ଦ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଲକ୍ଷ୍ମୀକାନ୍ତ ପାଢ଼ି ସାହିତ୍ୟ ଓ ଗଳ୍ପ ଦୁନିଆକୁ ଶ୍ରୀ ଭଗବାନ ସାବତଙ୍କ ଏହା ଏକ ସୁପାଠ୍ୟ ଅନନ୍ୟ ଅବଦାନ ବୋଲି କହିଥିଲେ। ଗଳ୍ପ ପାଖୁଡ଼ା ସମୀକ୍ଷା କରି ଯୁବ ସାହିତ୍ୟିକ ଡ.ପ୍ରଦୀପ କୁମାର ମିଶ୍ର ନିଜସ୍ୱ ଶୈଳୀରେ ଗଳ୍ପ ସାହିତ୍ୟର ପ୍ରଭାବରେ ସମାଜ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ। ଉଦୟଶଙ୍କର ଜାନୀ ଗାଳ୍ପିକଙ୍କ ଗଳ୍ପ ରଚନାକୁ ପ୍ରଶଂସା କରିଥିଲେ। ନଳିନୀ ରଞ୍ଜନ ମିଶ୍ର ଗଳ୍ପ ମାଧ୍ୟମରେ ଗଳ୍ପ ପାଖୁଡ଼ାର ସମୀକ୍ଷା କରିଥିବାବେଳେ

ଆକାଶବାଣୀ ଜୟପୁରର ଅନୁଚିନ୍ତା ପ୍ରବର୍ତ୍ତକ ଲକ୍ଷ୍ମୀଧର ସାହୁ ଅରବିନ୍ଦ ଦର୍ଶନ ମାଧ୍ୟମରେ ଗାଳ୍ପିକଙ୍କ ଉଜ୍ଜଳ ଭବିଷ୍ୟ କାମନା କରିଥିଲେ। ଡ଼.ସୁରେଶ ଦାଶ ଗଳ୍ପ ସାହିତ୍ୟର ସୁଦୂର ପ୍ରଭାବୀ ବୋଲି କହିଥିଲେ। ଏକାଡ଼େମୀର ସମ୍ପାଦକ ପ୍ରଭାତ କୁମାର ରଥ ସଂଯୋଜନା କରିଥିଲେ। ଯଗେଶ୍ୱର ପଣ୍ଡା ମନ୍ତ୍ରପାଠ କରିଥିଲେ। ତପନ କିରଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.