Latest Odisha News

BREAKING NEWS

ଆଇଏମଡିର ପୂର୍ବାନୁମାନ : ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ଦିଲ୍ଲୀ, ନୋଏଡ଼ା ସମେତ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ଜାରି ରହିଛି ।

ସେହିପରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଜିଲ୍ଲାରେ ବି ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି । ହିମାଚଳ ପ୍ରଦେଶର ସିମଲା, ସୋଲନ, ସିରମୋର, ବିଳାସପୁର ଓ ମାଣ୍ଡି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ, ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.