Latest Odisha News

BREAKING NEWS

ସନକୀରେ ଏକତ୍ର କାମ କରିବେ ବରୁଣ-ପରିଣୀତି

ମୁମ୍ବାଇ: ରିୟଲ ଲାଇଫରେ ବରୁଣ ଧାୱନ ଓ ପରିଣୀତି ଚୋପ୍ରା ଭଲ ସାଙ୍ଗ ହେଲେ ମଧ୍ୟ ଏକତ୍ର କୌଣସି ଫିଲ୍ମରେ କାମ କରି ନାହାନ୍ତି । କେବଳ ଢ଼ିଶୁମ ଫିଲ୍ମରେ ଉଭୟ ଗୋଟିଏ ଗୀତରେ ଅଭିନୟ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ନାଡିୟାଡୱାଲା ସନକୀ ନାମକ ଏକ ଆକ୍ସନ ଥ୍ରୀଲର ଫିଲ୍ମରେ ଉଭୟଙ୍କୁ ନେବା ପାଇଁ ଚାହୁଁଛନ୍ତି ।

ବରୁଣଙ୍କ ନାମ ଚୂଡାନ୍ତ ହୋଇଯାଇଥିବା ବେଳେ ପରିଣୀତି ନାମ ନେଇ ଆଲୋଚନା ଚାଲିଛି । ଏହା ଏକ ରିମେକ ଫିଲ୍ମ ହୋଇଥିଲେ ମଧ୍ୟ ଏହାର ଅରଜିନାଲ ସ୍କ୍ରିପ୍ଟ ନେଇ ପ୍ରଡକ୍ସନ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପରିଣୀତିଙ୍କ ହାତରେ ଏବେ ଦି ଗର୍ଲ ଅନ ଦି ଟ୍ରେନ, ସାଇନା ଓ ଆନିମଲ ନାମକ ଫିଲ୍ମ ରହିଛି ।

Leave A Reply

Your email address will not be published.