Latest Odisha News

BREAKING NEWS

ସୀମାରେ ଯବାନଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ସିକିମ୍ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକିମ ସେକ୍ଟରେର ସେ ଭାରତୀୟ ସେନାଙ୍କ ସହ ଦଶହରା ପାଳନ କରିବେ ।

ଏହି ଅବସରରେ ଶେରଥାଙ୍ଗରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ । ଗତବର୍ଷ ବିଜୟାଦଶମୀରେ ଫ୍ରାନ୍ସରେ ରାଫେଲର ଶସ୍ତ୍ର ପୂଜା କରିଥିଲେ ରାଜନାଥ ସିଂହ । ଏବର୍ଷ ଏଲଏସିରେ ମୁତୟନ ଥିବା ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ଭାରତୀୟ ଯବାନଙ୍କ ସହ ଦଶହରା ପାଳିବେ ।

ଦୁଇ ଦିନିଆ ସିକିମ ଓ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ରାଜନାଥ ସିଂହ । ଗତକାଲି ଦାର୍ଜିଲିଂର ତ୍ରିଶକ୍ତି ମିଲିଟାରୀ ବେସରେ ପହଞ୍ଚିଥିଲେ । ତାଙ୍କ ସହ ଅଛନ୍ତି ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ । ଗତକାଲି ଟପ୍ କମାଣ୍ଡରଙ୍କ ସହ ସିକିମ ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.