Latest Odisha News

BREAKING NEWS

ଅମ୍ବାନୀ-ଆଦାନୀ ପ୍ରସଙ୍ଗ: ମୋଦୀଙ୍କ ଅଭିଯୋଗର ଜବାବ ଦେଲେ ରାହୁଲ

ହାଇଦ୍ରାବାଦ: ଅମ୍ବାନୀ-ଆଦାନିଙ୍କ ସହ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଭିଡିଓ ବାର୍ତ୍ତାରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ନମସ୍କାର ମୋଦିଜୀ, ଆପଣ ଭୟଭୀତ କି?

ସାଧାରଣତଃ ଆପଣ ବନ୍ଦ କବାଟ ପଛରେ ଅମ୍ବାନୀ, ଆଦାନୀଙ୍କ ବିଷୟରେ କଥା ହୁଅନ୍ତି। ପ୍ରଥମ ଥର ପାଇଁ ଆପଣ ସର୍ବସାଧାରଣରେ ‘ଅମ୍ବାନୀ’, ‘ଆଦାନୀ’ କହିଥିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଅମ୍ବାନୀ-ଆଦାନିଙ୍କ ସହ କଂଗ୍ରେସ ଚୁକ୍ତି କରିଛି କି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିବା ପରେ ରାହୁଲ ଏହା କହିଛନ୍ତି।

“ମୁଁ ତେଲେଙ୍ଗାନା ମାଟିରୁ ପଚାରିବାକୁ ଚାହୁଁଛି, ଶେହଜାଦ (ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ) ଘୋଷଣା କରନ୍ତୁ, ଅମ୍ବାନୀ-ଆଦାନିଠାରୁ କେତେ ଟଙ୍କା ନେଇଛନ୍ତି। କଂଗ୍ରେସ ପାଖରେ ନୋଟ୍ (ମୁଦ୍ରା) ପହଂଚିଛି କି ? ଏମିତି କ’ଣ ଚୁକ୍ତି ହୋଇଛି, ଅମ୍ବାନୀ-ଆଦାନୀଙ୍କୁ ଗାଳି ଦେଉଥିବା ବ୍ୟକ୍ତି ରାତାରାତି ଆଉ ତାଙ୍କ ବାବଦରେ କିଛି କହୁନାହାନ୍ତି। ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ମାନେ ମଧ୍ୟ ଜାଣନ୍ତି ଯେ ସେମାନେ ଟେମ୍ପୋରେ ଟଙ୍କା ଦିଅନ୍ତି। ଏହା କ’ଣ ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି?” ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇକୁ ଶିଳ୍ପପତିଙ୍କ ନିକଟକୁ ପଠାଇବାକୁ କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି, ଯଥାଶୀଘ୍ର ତଦନ୍ତ କରାଯାଉ।

ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀ ଏହି ଶିଳ୍ପପତିମାନଙ୍କୁ ଯେତିକି ଟଙ୍କା ଦେଇଛନ୍ତି, କଂଗ୍ରେସ ଦେଶର ଗରିବଙ୍କୁ ସେତିକି ଟଙ୍କା ଦେବ। ବିଜେପି ୨୨ ଜଣଙ୍କୁ କୋଟିପତି କରିଛି, ଆମେ କୋଟି କୋଟି ଜନସାଧାରଣଙ୍କୁ କୋଟିପତି କରିବୁ ବୋଲି ରାହୁଲ କହିଛନ୍ତି।

Leave A Reply

Your email address will not be published.