Latest Odisha News

BREAKING NEWS

ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ

ହାଇଦ୍ରାବାଦ:ଚଳିତ ଆଇପିଏଲରେ ପୂନର୍ବାରେ ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମେ ବ୍ୟାଟିଂ କରି ୧୬୫ ରନ କରିଥିଲା । ହେଡ ଓ ଅଭିଷେକ ୯.୪ ଓଭରରେ ୧୬୬ ରନ ସଂଗ୍ରହ କରି ହାଇଦ୍ରାବାଦକୁ ୬୨ ବଲ ବାକି ଥାଇ ୧୦ ୱିକେଟରେ ସହଜରେ ବିଜୟୀ କରାଇଥିଲେ । ହେଡ ୩୦ ବଲରେ ୮ ଚୌକା ଓ ୮ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲରେ ୮ ଚୌକା ଓ ୬ ଛକା ବଳରେ ୭୫ ରନ କରି ଅପରାଜିତ ରହିଥିଲେ । ସେମାନେ ୧୪୮ ରନ କେବଳ ବାଉଣ୍ଡରୀ ମାଧ୍ୟମରେ ସଂଗ୍ରହ କରିଥିଲେ ।

ଏହି ବିଜୟ ସହ ହାଇଦ୍ରାବାଦ ୧୨ ମ୍ୟାଚରେ ୧୪ ପଂଏଟ ହାସଲ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଲକ୍ଷ୍ନୌ ୧୨ ପଂଏଟ ସହ ଷଷ୍ଠ ସ୍ଥାନରେ ରହିଛି । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହା ପରେ ନିକୋଲସ ପୂରନ ୪୮ ଓ ଆୟୂଷ ବାଦୋନି ୫୫ ରନ କରି ଦଳର ସ୍କୋର ୧୫୦ରୁ ଊର୍ଦ୍ଧ୍ୱ କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.