Latest Odisha News

BREAKING NEWS

‘ରଜ ପର୍ବ’ରେ ହେବନି ଜନସମାବେଶ; ସୂଚନା ଦେଲେ କେନ୍ଦୁଝର ପ୍ରଶାସନ

କେନ୍ଦୁଝର: କରୋନାଭାଇରସ୍ ବିସ୍ତାରକୁ ରୋକିବା ଲାଗି କେନ୍ଦୁଝର ପ୍ରଶାସନ ଗୁରୁବାର ଦିନ ଜିଲ୍ଲାରେ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

BjdElectrycity

ଏକ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଜୁନ୍ ୧୧ରୁ ୧୬ଯାଏଁ ରଜ ଦୋଳି, ମେଳା, ମହୋତ୍ସବ ଭଳି ଉତ୍ସବ ତଥା ରଜ ପର୍ବ ସହ ଜଡିତ ଭୋଜି ତଥା ପାରମ୍ପାରିକ ଖେଳ ଭଳି କୌଣସି ସମାବେଶ ହେବନାହିଁ ।

ଏସମ୍ବନ୍ଧୀୟ ନିୟମର ଉଲ୍ଲଂଘନ କଲେ ଏପିଡେମିକ୍ସ ଆକ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି ସମୟ ମଧ୍ୟରେ ପୋଷାକ ଏବଂ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ଜରୁରୀ ଦୋକାନଗୁଡିକ ସକାଳ ୭ରୁ ରାତି ୭ଯାଏଁ ଖୋଲିବାକୁ ଅନୁମତି ଦିଆଯିବ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୋକାନଗୁଡିକ ସକାଳ ୭ ରୁ ଦିନ୨ ପର୍ଯ୍ୟନ୍ତ ଖୋଲା ରହିବ ।

Leave A Reply

Your email address will not be published.