Latest Odisha News

BREAKING NEWS

ଦିବ୍ୟାଙ୍ଗଜନଙ୍କ ପାଇଁ ଅମ୍ବୁଲିଫ୍ଟ; ବିମାନକୁ ଚଢ଼ିବାରେ ଆଉ ହେବନି ଅସୁବିଧା

୬୩ ଲକ୍ଷ ଟଙ୍କା ପ୍ରତି ଅମ୍ବୁଲିଫ୍ଟ ପିଛା ବ୍ୟୟ କରାଯାଇଛି । ବ୍ୟବହାର ପାଇଁ ଅତି ସ୍ୱଳ୍ପ ଦର ଧାର୍ଯ୍ୟ ହୋଇଛି

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଦିବ୍ୟାଙ୍ଗଜନଙ୍କ ସୁବିଧା ପାଇଁ ଦେଶରେ ଆରମ୍ଭ ହୋଇଛି ଅମ୍ବୁଲିଫ୍ଟ ସେବା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ୧୪ଟି ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରିଛି । ଅମ୍ବୁଲିଫ୍ଟ ଦ୍ୱାରା ବିମାନକୁ ହ୍ୱିଲ ଚେୟାର, ଷ୍ଟ୍ରେଚର ଆଦି ସହଜରେ ଉଠି ପାରିବ ।

BjdElectrycity

ଏହି ଅମ୍ବୁଲିଫ୍ଟ ଏକା ସାଙ୍ଗରେ ଛଅଟି ହ୍ୱିଲ ଚେୟାର, ଦୁଇଟି ଷ୍ଟ୍ରେଚର ଓ ଜଣେ ଆଟେଣ୍ଡାଟଙ୍କ ସହ ବିମାନକୁ ଚଢ଼ିବା ପାଇଁ ଉଠାଇ ପାରିବ । ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କୁ ସ୍ୱତନ୍ତ୍ର ସେବାର ଉପଲବ୍ଧ କରାଇବା ପାଇଁ ଏହି ଯୋଜନା ଏୟାରପୋର୍ଟ ଅଥରିଟି ଆରମ୍ଭ କରିଛି ।

ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୧୪ଟି ବିମାନ ବନ୍ଦର ଗୁଡ଼ିକ ହେଉଛି- ଡେରାଡୁନ୍, ଗୋରଖପୁର, ପାଟଣା, ବାଗଡୋଗରା, ଦରଭଙ୍ଗା, ଇମ୍ଫାଲ, ବିଜୟୱାଡ଼ା, ପୋର୍ଟବ୍ଲେୟାର, ଯୋଦ୍ଧପୁର, ବେଲଗାଓଁ, ସିଲଚର, ଝାରସୁଗୁଡ଼ା, ରାଜକୋଟ ଏବଂ ହୁବଳି ।

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଛଅଟି ବିମାନ ବନ୍ଦରରେ ଏହି ସେବା ଉପଲବ୍ଧ ହେବ । ଯେଉଁ ଏୟାରପୋର୍ଟରେ ବିମାନକୁ ଚଢ଼ିବା ପାଇଁ ଏରୋବ୍ରିଜ ନାହିଁ, ସେଠାରେ ଏହାର ଆବଶ୍ୟକତା ଯଥେଷ୍ଟ ରହିଛି ଏବଂ ବ୍ୟବହାର କରାଯାଉଛି । ଆଗକୁ ଆରମ୍ଭ ହେବାକୁ ଥିବା ଛଅଟି ବିମାନ ବନ୍ଦର ହେଉଛି- ଦିମାପୁର, ଜୋରହାଟ, ଲେହ, ଜାମନଗର, ଭୁଜ ଏବଂ କାନପୁର ।

ଏହି ଛଅଟି ସ୍ଥାନରେ ଚଳିତ ମାସ ଶେଷ ସୁଦ୍ଧା ଅମ୍ବୁଲିଫ୍ଟର ବ୍ୟବସ୍ଥା ହୋଇଯିବ ବୋଲି ଜଣାପଡ଼ିଛି । ୬୩ ଲକ୍ଷ ଟଙ୍କା ପ୍ରତି ଅମ୍ବୁଲିଫ୍ଟ ପିଛା ବ୍ୟୟ କରାଯାଇଛି । ବ୍ୟବହାର ପାଇଁ ଅତି ସ୍ୱଳ୍ପ ଦର ଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.