Latest Odisha News

BREAKING NEWS

କୋଇଲା ଖଣି ଅଞ୍ଚଳରେ ଅବ୍ୟବହୃତ ଜମିର ହେବ ନିଲାମ

ନୂଆଦିଲ୍ଲୀ: କୋଇଲା ଖଣି ଅଞ୍ଚଳରେ ଥିବା ଅତିରିକ୍ତ, ଅବ୍ୟବହୃତ ଜମିକୁ ଲିଜରେ ଦେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । କୋଇଲା ଓ ଶକ୍ତି ସଂପର୍କିତ ବିଷୟରେ ଭିତ୍ତିଭୂମି ତିଆରି କରିବା ପାଇଁ ଏହି ସ୍ଥାନ ବ୍ୟବହାର ହୋଇପାରିବ ।

ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରିବ । ପୁଞ୍ଜି ନିବେଶ ବଢ଼ିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଅଞ୍ଚଳରୁ କୋଇଲା ଉତ୍ତୋଳନ ସରିଛି, ହୋଇପାରୁନି କିମ୍ବା ଅବ୍ୟବହୃତ ପଡ଼ିଛି । ସେହି ସ୍ଥାନକୁ ବ୍ୟବହାରଯୋଗ୍ୟ କରି ସେଠାରେ ଆବଶ୍ୟକୀୟ ଭିତ୍ତଭୂମି ନିର୍ମାଣ ହୋଇପାରିବ ।

ଏଥିପାଇଁ କୋଲ ଇଣ୍ଡିଆ ଏବଂ ସହଯୋଗୀ କମ୍ପାନୀଙ୍କୁ ମାଲିକାନା ପରିବର୍ତ୍ତନ କରିବାକୁ ପଡ଼ିବନି । ସମାନ ମାଲିକାନା ଥାଇ ଜମିକୁ ଲିଜରେ ଦିଆଯାଇପାରିବ । ସ୍ୱଚ୍ଛ ଏବଂ ନିରପେକ୍ଷ ପ୍ରକ୍ରିୟାରେ ନିଲାମ କରାଯାଇ ଜମି ଦେବାକୁ କେନ୍ଦ୍ର କ୍ୟାବିନେଟ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.