Latest Odisha News

BREAKING NEWS

ଆୟୋଜକଙ୍କୁ ଠକିଦେଲେ ଅମୀଷା, ୪ ଲକ୍ଷ ନେଇ ୩ ମିନିଟ କାର୍ଯ୍ୟକ୍ରମ କରି ଖସିଗଲେ

ଖଣ୍ଡୱା: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ ମୁତାବକ ମାଆ ନବଚଣ୍ଡୀ ଦେବୀଧାମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏଥିପାଇଁ ଅମୀଷା ପଟେଲଙ୍କୁ ଡକା ଯାଇଥିଲା । ୧ ଘଂଟାର ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ୪ଲକ୍ଷ ଟଙ୍କା ଦିଆ ଯାଇଥିଲା । ଅମୀଷା ସେଠାରେ ମାତ୍ର ୩ ମିନିଟର କାର୍ଯ୍ୟକ୍ରମ କରି ଇନ୍ଦୋର ପଳାଇ ଯାଇଥିଲେ । ଯାହାକୁ ନେଇ ଦର୍ଶକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମାଜସେବୀ ସୁନୀଲ ଜୈନ ଓ ଗଣେଷ ଭାବସାର ଥାନାରେ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଖରାପ ବନ୍ଦୋବସ୍ତ ଯୋଗୁ ପୋଲିସ ସହାୟତାରେ ମୁଁ ଭୟରେ ପଳାଇ ଆସିଲି ବୋଲି ଅମୀଷା କହିଛନ୍ତି । ଅବଶ୍ୟ ତାଙ୍କର ଏହି ଅଭିଯୋଗକୁ ମୋଘାରୀ ଥାନା ଅଧିକାରୀ ଈଶ୍ୱର ସିଂ ଚୌହ୍ୱାନ ଖଣ୍ଡନ କରିଛନ୍ତି । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଉପସ୍ଥିତ ଦର୍ଶକ କୌଣସି ପ୍ରକାରର ଅସୁବିଧା ସୃଷ୍ଟି କରି ନ ଥିଲେ ବରଂ ସେମାନେ ତାଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.