Latest Odisha News

BREAKING NEWS

କୋର୍ଟରେ ହାଜର ହେଲେ ଅମିଷା; ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମିଷା ପଟେଲ ଶନିବାର ରାଞ୍ଚି ସିଭିଲ କୋର୍ଟରେ ହାଜର ହୋଇଛନ୍ତି । ଏକ ଠକେଇ ମାମଲାରେ ସେ କୋର୍ଟରେ ହାଜର ହୋଇଥିଲେ । ତାଙ୍କୁ ଜୁନ୍ ୨୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧ ରେ ହେବ । ଏଥିସହ ଅମିଷାଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅମିଷା ପଟେଲ ଏବଂ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା । ଫିଲ୍ମ ପ୍ରମୋସନ ପାଇଁ ଫିଲ୍ମ ନିର୍ମାତା ଅଜୟ କୁମାର ସିଂହଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଥିଲେ । ଚୁକ୍ତିନାମା ଅନୁଯାୟୀ, ଯେତେବେଳେ ଫିଲ୍ମ ରିଲିଜ୍ ହୋଇ ନଥିଲା, ସେତେବେଳେ ଅଜୟ ଟଙ୍କା ମାଗିଥିଲେ । କିନ୍ତୁ ଅମିଷା ଟଙ୍କା ଫେରାଇ ନ ଥିଲେ । ଓଲଟା ଗାଳିଗୁଲଜ କରିଥିଲେ । ଏହା ପରେ ଅଜୟ ସିଂହ ଅଭିନେତ୍ରୀଙ୍କ ବିରୋଧରେ ମମଲା ରୁଜୁ କରିଥିଲେ ।

Leave A Reply

Your email address will not be published.