Latest Odisha News

BREAKING NEWS

ବରିଷ୍ଠ ରାଜସ୍ୱ ସହାୟକଙ୍କ ୧୫ ପ୍ଲଟ୍ ସହ ଅନ୍ୟ ସମ୍ପତ୍ତି ଠାବ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ବରିଷ୍ଠ ରାଜସ୍ୱ ସହାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଛି ।

୨ଟି ବହୁତଳ କୋଠା ସହ ୧୫ଟି ପ୍ଲଟ୍, ୨୯ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୩ଟି ଚାରି ଚକିଆ, ୫ଟି ୨ ଚକିଆ ଗାଡ଼ି ସହ ଅନ୍ୟ ଆସବାବପାତ୍ରର ଯାଞ୍ଚ କରୁଛି ଭିଜିଲାନ୍ସ । ମୟୂରଭଞ୍ଜର କୁଳିଅଣାରେ ୧୩୨୭୭ ସ୍କୋୟାରଫୁଟରେ ଗୋଟିଏ ୩ ମହଲାର ପ୍ୟାଲେସ ରହିଥିବା ବେଳେ ପଢ଼ିଆରିପୁରରେ ୪୫୦୦ ସ୍କୋୟାରଫୁଟରେ ରହିଛି ୪ ମହଲା କୋଠା ।

ଏହା ଛଡ଼ା ବାରିପଦା, କୁଳିଅଣା, ସାମାଖୁଣ୍ଟା ଓ ବାଙ୍ଗିରିପୋଷି ଆଦି ସ୍ଥାନରେ ରହିଛି ବାବୁଙ୍କ ୧୫ଟି ପ୍ଲଟ୍ । ୨୯ ଲକ୍ଷର ବ୍ୟାଙ୍କ ଜମା ଓ ବୀମା ମିଳିଥିବା ବେଳେ ୩ଟି କାର୍ ଓ ୫ଟି ବାଇକ୍ ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ସମ୍ପତ୍ତିର ମୂଲ୍ୟ ଆକଳନ ଜାରି ରହିଛି ।

Leave A Reply

Your email address will not be published.