Latest Odisha News

BREAKING NEWS

ଚିକେନ୍ ୬୫, କେମିତି ଓ କିଏ କରିଥିଲା ନାମକରଣ ?

ଭୁବନେଶ୍ୱର: ଖାଦ୍ୟ ପ୍ରେମୀଙ୍କ ପାଇଁ କିଛି ଚଟପଟା ତଥା ମଜାଦାର ଖବର । ସେ ଆମିଷ ପ୍ରିୟ ହୁଅନ୍ତୁ ଅବା ନିରାମିଷ ଭକ୍ଷଣକାରୀ । ଚିକେନ୍ ୬୫ ଭଳି ନନ୍‌ଭେଜ୍ ଆଇଟମ୍ ବିଷୟରେ ଅନେକ ହୁଏ ତ ଜାଣିଥିବେ କିମ୍ବା ଖାଇଥିବେ । ହେଲେ ଏହି ଆଇଟମ୍‌ର ନାମକରଣ ବିଷୟରେ ବୋଧ ହୁଏ କାହାରି ମନରେ ପ୍ରଶ୍ନ ଉଙ୍କି ମାରିଥିବ ।

ରିସର୍ଚ୍ଚ କହୁଛି ଚିକେନ୍ ୬୫ ମୂଳତଃ ଦକ୍ଷିଣ ଭାରତରେ ଉଦ୍ଭାବନ ହୋଇଥିବା ଏକ ନନ୍‌ଭେଜ୍ ଆଇଟମ୍ । ଏହି ସମ୍ଭନ୍ଧରେ ରୌନକ୍ ରାମଟେକେ ନାମକ ଜଣେ ଯୁବକ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ରୌନକଙ୍କ ଅନୁଯାୟୀ, ଏହି ଆଇଟମରେ ୬୫ଟି ମସଲା ପଡୁଥିବା କିମ୍ବା ୬୫ଟି ଚିକେନ୍ ପିସ୍ ଅଥବା ୬୫ଦିନ ଧରି ଚିକେନକୁ ମେରିନେଟ୍ କରାଯାଉଥିିବା ନେଇ ଅନେକ ଲୋକଙ୍କର ଅନୁମାନ ରହିଛି । ହେଲେ ପ୍ରକୃତରେ ଏହି ନନଭେଜ୍ ଆଇଟମଟି ୧୯୬୫ରେ ଉଦ୍ଭାବନ ହୋଇଥିଲା । ଖାସ ଏହି କାରଣରୁ ଏହି ନନଭେଜ୍ ଆଇଟମର ନାମକରଣ କିଛି ଏପରି ହୋଇଥିଲା ।

ଚେନ୍ନାଇ ସ୍ଥିତ ବୁହାରି ହୋଟେଲ ପ୍ରଥମ ଥର ପାଇଁ ଚିକେନ୍ ୬୫ ଭଳି ଆଇଟମକୁ ଗ୍ରାହକଙ୍କୁ ଚଖାଇଥିଲା । ବୁହାରି ହୋଟେଲକୁ ୧୯୫୧ରେ ଏଏମ୍ ବୁହାରି ଆରମ୍ଭ କରିଥିଲେ । ତତ୍କାଳୀନ ସମୟରେ ଚେନ୍ନାଇରେ ଏହି ହୋଟେଲଟି ହିଁ ପ୍ରଥମେ ଆରାମଦାୟକ ଭୋଜନର ଅନୁଭୂତି ଦେଇଥିଲା । ସେ ସମୟର ମଦ୍ରାସ୍ ଆଜି ଚେନ୍ନାଇରେ ପରିଣତ ହୋଇଛି । ହେଲେ ହୋଟେଲ ବୁହାରିର ଉଦ୍ଭାବନ ଚିକେନ୍ ୬୫ ଆଜି ସାରା ଭାରତ ସମେତ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପରିଚୟ ହାସଲ କରିଛି ।

ରୌନକଙ୍କ ଭିଡିଓ ତଥା ଗୁଗଲରେ ଟିକେ ଖୋଳତାଡ କଲେ ଯେ କେହି ବି ଚିକେନ୍ ୬୫ର ଇତିହାସ ତଥା ନାମକକରଣ ବିଷୟରେ ଜାଣିପାରିବେ । ହେଲେ ଏହି ଆଇଟମର ନାମକରଣ ପଛରେ କିଛି ଏପରି କାରଣ ଥିବା ନେଇ ବୋଧ ହୁଏ କେହି ଅନୁମାନ କରିଥିବେ ।

Comments are closed, but trackbacks and pingbacks are open.