Latest Odisha News

BREAKING NEWS

ଆସନ୍ତାକାଲି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ

ପୁରୀ : ଗଞ୍ଜାମର ପୋଲସରାରେ ନିର୍ବାଚନୀ ପ୍ରଚାର କରିବାର ଦୁଇଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବେ ।

ଏସମ୍ପର୍କରେ ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତ. ଏହି ରୋଡ ଶୋ’ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହ ଦ୍ୱାର ସମ୍ମୁଖରୁ ଆରମ୍ଭ ହୋଇ ମାଉସୀ ମା’ ମନ୍ଦିରରେ ସମାପ୍ତ ହେବ ।

ବିଜେପି ରବିବାର ଦିନ ଜାରି କରିଥିବା ଘୋଷଣା ପତ୍ରରେ ପୁରୀ ଭାରତର ‘ଆଧ୍ୟତ୍ମିକ ରାଜଧାନୀ’ ହେବ ବୋଲି ଉଲ୍ଲେଖ କରାଯାଇଥିଲା । ଆହୁରି ମଧ୍ୟ ପୁରୀ ଲୋକସଭା ଆସନରୁ ବିଜେପି ଟିକେଟରେ ସମ୍ବିତ ପାତ୍ର ମଇଦାନକୁ ଓହ୍ଲାଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଏପ୍ରିଏ୍ ୧୫ କିମ୍ବା ୧୬ ତାରିଖ ବେଳକୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ଏକ ଜନ ସମାବେଶରେ ସମ୍ବୋଧିତ କରିବେ ।

Leave A Reply

Your email address will not be published.