Latest Odisha News

ଓଡିଶା ପୋଲିସ ଡିଜି ଭାବେ ବିକେ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର : ଓଡିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀଙ୍କ ଦେହାନ୍ତ ହେବା ଫଳରେ ସେ ଛୁଟିରେ ଥିବାରୁ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାରଙ୍କ ନାମକୁ ଭାରତୀୟ ନିର୍ବାଚନ କମିଟି (ଇସିଆଇ) ଅନୁମୋଦନ କରିଛନ୍ତି ।

ବିଜୟ କୁମାର ପୂର୍ବରୁ ସେ ୨୦୧୭ ମସିହାରେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଏପ୍ରିଲ୍ ୧୧ ତାରିଖ ତଥା ଆଉ ମାତ୍ର ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.