Latest Odisha News

ଅମୃତସର ରାବଣ ପୋଡ଼ି ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ଅମୃତସର: ଦଶହରା ସଂନ୍ଧ୍ୟାରେ ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଟ୍ରେନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ମଧ୍ୟ ୧୧୩ ଜଣ ଦର୍ଶକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରାମଲୀଳା ଚାଲିଥିବା ବେଳେ ଅଧିକାଂଶ ଲୋକ ରେଲୱେ ଟ୍ରାକ୍ ଉପରେ ଛିଡ଼ା ହୋଇ ରାବଣ ପୋଡ଼ିର ଦୃଶ୍ୟ ଦେଖୁଥିଲେ । ଟ୍ରେନ ଆସିବାର ଶବ୍ଦ କେହି ବି ଶୁଣି ପାରିନଥିଲେ । କାରଣ ସେହି ସମୟରେ ରାବଣର ପ୍ରତିକୃତିରେ ନିଆଁ ଲଗାଯିବା ପରେ ପ୍ରଚଣ୍ଡ ଶବ୍ଦର ବାଣ ଫୁଟୁଥିଲା । ଟ୍ରେନ ମାଡ଼ି ଆସୁଥିଲେ ମଧ୍ୟ ଶବ୍ଦ ଶୁଣିନପାରି ଲୋକମାନେ ରାବଣ ପୋଡ଼ି ଦୃଶ୍ୟ ଦେଖୁଥିଲେ । ଘଟଣା ସ୍ଥଳରେ ଶହ ଶହ ଲୋକଙ୍କ ଉପରେ ଟ୍ରେନ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ହିଁ ଗତକାଲି ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶୋକସନ୍ତପ୍ତ ପରିବାର ପ୍ରତି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇବା ସହିତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପଞ୍ଜାବ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ତେବେ ଘଟଣାସ୍ଥଳରେ ପ୍ରାୟ ୭୦୦ରୁ ଅଧିକ ଲୋକ ସେଠାରେ ଉପସ୍ଥିତ ରହି ରାବଣ ପୋଡ଼ିର ଦୃଶ୍ୟ ଦେଖୁଥିଲେ । ସ୍ଥାନୀୟ ଦେଖଣାହାରୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି ।

Leave A Reply

Your email address will not be published.