Latest Odisha News

BREAKING NEWS

ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବିଶିଷ୍ଟ ଓଲିଉଡ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ମରଶରୀରର ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯିବ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଅଣାଯାଇ ଆଇଆରସି ଭିଲେଜସ୍ଥିତ ବାସଭବନକୁ ଅଣାଯାଇଥିଲା । ଏହି ବିଶିଷ୍ଟ ପ୍ରଯୋଜକଙ୍କର ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା ।

ଓଲିଉଡରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ଦ୍ୱାରା ୧୯୮୪ ମସିହାରେ ନିର୍ମିତ ଓଡିଆ ଫିଲ୍ମ ‘ହାକିମ ବାବୁ’ ଓଡିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇପାରିଥିଲା ।

ଆହୁରି ମଧ୍ୟ ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ପୁଅ ମୋର କଳା ଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ମମତା ମାଗେ ମୂଲ’, ‘ପରଦେଶୀ ବାବୁ’ ଓ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ନିର୍ମିତ ଫିଲ୍ମ ‘ତୁଳସୀ ଅପା’ ଅନ୍ୟତମ ।

‘ତୁଳସୀ ଅପା’ ଫିଲ୍ମ ପାଇଁ ଅମିୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ମରଶରୀରକୁ ଦେଖିବା ପାଇଁ ଓଲିଉଡ ଜଗତରେ ଅନେକ ମାନ୍ୟଗଣ୍ୟ ବକ୍ତି ପହଞ୍ଚିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅମୀୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.