Latest Odisha News

BREAKING NEWS

ଏଏଫସି ଏସିଆନ କପ ୨୦୨୭: ଆୟୋଜକ ଦୌଡରୁ ଓହରିଲା ଭାରତ

ନୂଆଦିଲ୍ଲୀ:ଏଏଫସି ଏସିଆନ କପ ୨୦୨୭ ଆୟୋଜକ ଦୌଡରୁ ଭାରତ ଓହରି ଯାଇଛି । ଫଳରେ ସାଉଦି ଆରବ ଆୟୋଜକ ଅଧିକାର ହାତେଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହି ଦୌଡରେ ଅନ୍ୟ କୌଣସି ଦେଶ ବିଡ ଦାଖଲ କରି ନାହାନ୍ତି । ଏସିଆନ ଫୁଟବଲ ମହାସଂଘ ମଧ୍ୟ ଭାରତ ଏବଂ ସାଉଦି ଆରବ ମଧ୍ୟରୁ ଏହି ଅଧିକାର ମିଳିବ ବୋଲି ଆଗୁଆ ଘୋଷଣା କରିଥିଲା । ଆସନ୍ତା ବର୍ଷ ଫେବୃୟାରୀରେ ବାହାରିନରେ ହେବାକୁ ଥିବା ଏଏଫସି କଂଗ୍ରେସ ବୈଠକରେ ଆୟୋଜ ଦେଶର ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ସାଉଦି ଆରବ ଚଳିତ ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବାରୁ ଏଏଫସି ଘରୋଇ ଦର୍ଶକଙ୍କ ସମର୍ଥନ ପାଇବ ବୋଲି ଆଶା କରାଯାଉଛି । ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି, ଭାରତ ସମସ୍ତ ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବା ଦକ୍ଷତା ରଖିଛି । ତେବେ ବର୍ତମାନ ଦେଶରେ ଫୁଟବଲର ବିକାଶ ପାଇଁ ତୃଣମୂଳସ୍ତରରେ ଅନେକ କାର୍ଯ୍ୟ କରାଯାଉଥିବାରୁ ବାଧ୍ୟ ହୋଇ ଏଥିରୁ ଓହରିଯାଇଛି । ସାଉଦି ଆରବ ୩ ଥର ଏଏଫସି ଏସିଆନ କପ ଜିତିଥିବା ବେଳେ କେବେ ଏହାକୁୂ ଆୟୋଜନ କରି ନାହିଁ ।

Leave A Reply

Your email address will not be published.