Latest Odisha News

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ । ବାରମ୍ବାର ପରଜଙ୍ଗ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ସିଡିପିଓଙ୍କୁ ଅଭିଯୋଗ ପରେ ବି ବିଲ୍ ହେଉ ନଥିବା ଅଭିଯୋଗ କରିଛନ୍ତି ଅଙ୍ଗନୱାଡ଼ି କର୍ମୀ ସୀତା ସାହୁ ।

ସୀତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ମାଣିକମରା ଗାଁ ଅଙ୍ଗନୱାଡି କେନ୍ଦ୍ରକୁ ଡେପୁଟେସନରେ ପଠା ଯାଇଥିଲା । ସେଠାରେ ସେ କୁନି କୁନି ଶିଶୁ ,ଗର୍ଭବତୀ ମହିଳା ମାନଙ୍କୁ ଅଣ୍ଡା, ଗରମ ରନ୍ଧା ଖାଦ୍ୟ ଆଦି ପ୍ରଦାନ କରିଥିଲେ । ହଟକୁକ୍ ବିଲ ବାଦରେ ୧୭ ହଜାର ୪୬୮ ଟଙ୍କା ବାକି ଥିବା ସୀତା କହିଛନ୍ତି । ଗେଙ୍ଗୁଟିଆ କେନ୍ଦ୍ରର ମଧ୍ୟ ୧୫ ହଜାର ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ କରିଛନ୍ତି ।

ସୁପରଭାଇଜରଙ୍କ ବାରମ୍ବାର ପ୍ରତିଶ୍ରୁତି ଓ ସିଡିପିଓଙ୍କ ଅବସର ପରେ ଟଙ୍କା ଅଟକି ରହିଛି । ଏନେଇ ପରଜଙ୍ଗ ବିଡିଓକୁ ସୀତା ଜଣାଇଥିବା ବେଳେ ନିୟମ ଅନୁସାରେ ଟଙ୍କା ଖର୍ଚ୍ଚ କରିଥିଲେ ପାଇବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ । ତେବେ ଦେଖିବାର କଥା ହଟକୁକ୍ ବାବଦରେ ଅଙ୍ଗନୱାଡ଼ି କର୍ମୀ ହାତରୁ ଖର୍ଚ୍ଚ କରିଥିବା ଟଙ୍କା କେବେ ବିଲ୍ କରି ଦେଉଛି ପ୍ରଶାସନ ।

Leave A Reply

Your email address will not be published.