ମୁମ୍ବାଇ: ସାମ୍ନାକୁ ଆସିଲା ବାବା ସିଦ୍ଦିକିଙ୍କ ହତ୍ୟା କାଣ୍ଡ ପଛର ପ୍ରକୃତ ସତ । ସତ ମାନିଲା ମୁଖ୍ୟ ସୁଟର୍ । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ମୁଖ୍ୟ ସୁଟର ଶିବକୁମାର ଗୌତମ ପୋଲିସ ଆଗରେ ଏକ ବଡ ବୟାନ ଦେଇଛି । ହତ୍ୟା କରିବାର କାରଣ କହିଛି ସୁଟର୍ । ସୁଟର୍ ଶିବକୁମାର କହିଛି ଯେ, କୁଖ୍ୟାତ ଅପରାଧି ଦାଉଦ ଇବ୍ରାହିମ୍ ସହ ବନ୍ଧୁତା ଏବଂ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତି ଏହି ହତ୍ୟା କାଣ୍ଡର ମୁଖ୍ୟ କାରଣ । ଏହି କାରଣରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ବିଷ୍ଣୋଇ ଗ୍ୟାଙ୍ଗ ତାକୁ ସୁପାରୀ ଦେଇଥି ସ୍ଵୀକାର କରିଛି ସୁଟର୍ ଶିବକୁମାର ।
ଜେରା ବେଳେ ଏପରି ବୟାନ ଦେଇଛି ସୁଟର୍ ଶିବକୁମାର ଗୌତମ । ଚାର୍ଜସିଟରେ ଏ ବୟାନ ରେକର୍ଡ କରାଯାଇଛି । ଶିବକୁମାରର କହିବା ଅନୁସାରେ ଏହି ହତ୍ୟା କାଣ୍ଡ ପାଇଁ ତାକୁ ୧୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା । କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇ ଦେଇଥିଲା ସୁପାରୀ । ପୁନେରେ କବାଡ଼ି କାମ କରୁଥିଲା ଶିବକୁମାର ଗୌତମ । ତା ସହ ଅନ୍ୟ ଏକ ଅଭିଯୁକ୍ତ ହରିଶ କଶ୍ୟପ ମଧ୍ୟ ସାମିଲ ଥିଲା । ସେ ମଧ୍ୟ ଶିବକୁମାର ସହ କବାଡି ସାମଗ୍ରି ବିକୁଥିଲା । ତେବେ ହରିଶ କଶ୍ୟପ ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ କାମ କରୁଥିବା ନେଇ କହିଛି ଶିବକୁମାର । ଟଙ୍କା ଲୋଭରେ ହରିଶ ଏବଂ ଅନ୍ୟ ଜଣେ ସହଯୋଗୀ ସହ ମିଶି ବାବା ସିଦ୍ଦିକିଙ୍କୁ କରିଥିଲା ହତ୍ୟା କରିଥିଲା ଶିବକୁମାର ।
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତ ୧୨ ଅକ୍ଟୋବର ୨୦୨୪ରେ ହତ୍ୟା କରାଯାଇଥିଲା। ମୁମ୍ବାଇର ବାନ୍ଦ୍ରା ପୂର୍ବ ଅଞ୍ଚଳରେ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ତିନିଜଣ ଆକ୍ରମଣକାରୀ ବାବା ସିଦ୍ଦିକିଙ୍କ ଉପରେ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ନେଇ କହିଥିଲେ ଡାକ୍ତର । ସେପଟେ କିନ୍ତୁ ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ସହାୟତାରେ ୨ ଅଭିଯୁକ୍ତ ଧରାପଡିଥିବାବେଳେ ଶିବକୁମାର ଖସି ପଳାଇଥିଲେ । କିନ୍ତୁ ପରେ ନେପାଳକୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତରପ୍ରଦେଶର ବାହରାଇଚରୁ ତାଙ୍କୁ ଗିରଫ କରାଯାଇଥିଲା।
Comments are closed.