ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ରାମ ରହିମଙ୍କୁ ମିଳିଛି ୨୦ ଦିନିଆ ପାରୋଲ୍। ଆତ୍ମଘୋଷିତ ବାବା ରାମ ରହିମ ଆଜି ସକାଳ ପ୍ରାୟ ୫.୨୬ରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ବୋଲି ସୂଚନା ରହିଛି। ଗୁରମିତ ରାମ ରହିମଙ୍କୁ ଗୁପ୍ତ ଭାବରେ ଜେଲରୁ ମୁକ୍ତ କରାଯାଇଛି। ତେବେ ଏହାକୁ ମିଶାଇ ରାମ ରହିମ ଜେଲ୍ରୁ ୧୨ ଥର ବାହାରି ସାରିଲେଣି।
ଏଥର ବାବା ବାଗପତର ବର୍ଣ୍ଣୱାରେ ରହିବେ ନାହିଁ ବରଂ ହରିଆଣାର ସିର୍ସାରେ ଅବସ୍ଥିତ ଡେରା ଆଶ୍ରମରେ ରହିବେ। ସେ ପ୍ରାୟ ୮ ବର୍ଷ ପରେ ସିର୍ସାରେ ପହଞ୍ଚିଛନ୍ତି। ୨୦୧୭ ପରେ, ଗୁରମିତ ରାମ ରହିମ ୧୨ତମ ଥର ଜେଲରୁ ବାହାରି ସାରିଲେଣି। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଜେଲରୁ ବାହାରକୁ ଅଣାଯାଇଥିଲା।
ସୂଚନା ଅନୁଯାୟୀ, ହନିପ୍ରୀତ ନିଜେ ଡେରାର ଦୁଇଟି ଗାଡ଼ି ସହିତ ସିର୍ସା ଡେରା ମୁଖ୍ୟ ରାମ ରହିମଙ୍କୁ ନେବା ପାଇଁ ଜେଲରେ ପହଞ୍ଚିଥିଲେ। ଏହି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗତ ୮ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାମ ରହିମ ସିର୍ସାସ୍ଥିତ ଡେରା ମୁଖ୍ୟାଳୟରେ ପହଞ୍ଚିଛନ୍ତି।
ସୂଚନା ଥାଉକି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି। ୨୦୧୯ ମସିହାରେ, ଡେରା ମୁଖ୍ୟ ଏବଂ ଅନ୍ୟ ତିନି ଜଣଙ୍କୁ ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
Comments are closed.