Latest Odisha News

ଆମେରିକାର ମୁଣ୍ଡ ବିନ୍ଧେଇଲାଣି ଚୀନି ଷ୍ଟାଟଅପ୍ ଡିପସେକ୍, ହଜାର କୋଟି କ୍ଷତି..

ନୂଆଦିଲ୍ଲୀ: ଆମେରିକାର ନିଦ ହଜେଇଲାଣି ଚୀନର ଛୋଟିଆ ଷ୍ଟାଟଅପ। ପାଖାପାଖି ହଜାରେ କୋଟିର କ୍ଷତି ସହିଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଆମେରିକା। ଡିପସେକ୍ ଆର୍ ୱାନ୍  ଚାଇନାର ଏଆଇ ମଡେଲ୍, ଯାହା ଏବେ ସପ୍ତାହେ ମଧ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ଏହା ଚାଟ୍ ଜିପିଟିକୁ ମଧ୍ୟ ପଛରେ ପକେଇ ଦେଇଛି। ଚାହିଦା ଏତେ ବଢ଼ିଛି ଯେ, କମ୍ପାନୀ ବର୍ତ୍ତମାନ ଆଉ ନୂତନ ରେଜିଷ୍ଟ୍ରେସନ୍ ବି କରିବା ବନ୍ଦ କରିଦେଇଛି। ଏମିତିକି କିଛି କିଛି କମ୍ପାନରେ ଏହା ଏବେ କାମ କରିବା ବନ୍ଦ କରିଦେଇଛି।

ସବୁଠୁ ବଡ଼ କଥା ହେଉଛି, ଚାଟ୍ ଜିପିଟିର ଅଧିକତମ ଫିଚର୍ ପାଇଁ ଟଙ୍କା ଦେବାକୁ ପଡ଼ୁଥିବା ବେଳେ, ଡିପସେକ୍ ରେ ଥିବା ସମସ୍ତ ଫିଚର୍ ଦେୟ ମୁକ୍ତ। ଯାହା ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି କରିଦେଇଛି। ଏଥିସହିତ ଏହା ଏକ ଓପନ ସୋର୍ସ ବି ଯାହା ନିଜର ସିଷ୍ଟମ ବ୍ଯବହାର କରି ଚାଟ୍ ବଟ ମଧ୍ୟାପ୍ରସ୍ତିତ କରି ପାରିବ। ଆଉ ଏଥିପାଇଁ କିଛି ପଇସା ବି ଲାଗେ ନାହିଁ।

ଏହାକୁ ନେଇ କମ୍ପାନୀ କହିଛି, ଡିପସିକ୍ ସର୍ଭର ଉପରେ ବଡ ଧରଣର ସାଇବର ଆଟାକ୍ ହୋଇଛି, ତେଙଣୁ ବର୍ତ୍ତମାନ ଏହାର ବ୍ୟବହାରକୁ ବନ୍ଦ କରିଦିଆଯାଇଛି । ଅର୍ଥାତ୍ ବର୍ତ୍ତମାନ ଏଥିରେ ସାଇନ ଅପ୍ କରି ହେବ ନାହିଁ । ଯିଏ ଯିଏ ସାଇନ ଅପ୍ ପୂର୍ବରୁ କରିଛନ୍ତି, ସେମାନଙ୍କ ପାଇଁ ଏହା ଉପଲବ୍ଧ । ହେଲେ ,ଏକା ସମୟରେ ବହୁଳ ବ୍ୟବହାର ଯୋଗୁଁ, ଏହା ଏବେ କାମ କରୁନାହିଁ ।

ସେପଟେ ଏହାର ବ୍ୟବହାର ଏବେ ଆମେରିକା  ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମେରିକା ଆପଲ ଆପ୍ ଷ୍ଟୋରରେ ଚାଟ୍ ଜିପିଟିକୁ ପଛରେ ଛାଡି ଦେଇଛି ଡିପସିକ୍ ଆର ନଂ୧ । ଆଉ ବନିଯାଇଛି ମୋଷ୍ଟ ଡାଉନଲୋଡ ଆପ୍ । ଏମିତିକି ଗୁଗୁଲ ପ୍ଲେ ଷ୍ଟୋରରରେ ମଧ୍ୟ ଏହା ଟପରେ ରହିଛି । ଯେଉଁକାରଣରୁ ଏହାର ସର୍ଭର ଡାଉନ ପଡି, ଏହା ଏକପ୍ରକାର ଅଚଳ ହୋଇପଡିଛି । ଯାହା ଏବେ ସିଲିକନ୍ ଭ୍ୟାଲିରେ ହଲଚଲ ସୃଷ୍ଟି କରିଛି । ଆମେରିକା ମାର୍କେଟକୁ ୬୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡିଛି । କେବଳ NVIDIAକୁ ୫୯୩ ବିଲିୟନ ଡଲାର୍ସର କ୍ଷତି ସହିବାକୁ ପଡିଛି ।

ତେବେ ଏହି ଡିପସେକ୍ ମଡେଲ ଏହା ପ୍ରମାଣ କରିଦେଇଛି, ଯେ ଏହା କମ୍ ଖର୍ଚ୍ଚରେ ଅଧିକ କାମ କରିଦେଖାଇବ । ଯେମିତିକି, ବର୍ତ୍ତମାନ ଓପନ ଏଆଇ ପାଖରେ ୪୦୦୦ କର୍ମଚାରୀ ରହିଥିବା ବେଳେ, ଡିପସେକରେ ମାତ୍ର ରହିଛି ୨୦୦ ଲୋକଙ୍କ ଟିମ୍ । ଯାହା କମ୍ ରିସୋର୍ସରେ ଭଲ କାମ କରୁଛି । ଏହା ଦ୍ବାରା ଏବେ ଚାଟ୍ ଜିପିଟିର କାମ ମାନ୍ଦା ପଡିଛି ।

Comments are closed.