ଭୁବନେଶ୍ୱର: ସବୁ ବ୍ୟବସ୍ଥା ମାରିଲା ଫେଲ୍ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ପ୍ରଥମ ଦିନରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ ।
ଗତବର୍ଷ ବି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏସବୁ ବ୍ୟବସ୍ଥା ଫେଲ୍ ମାରିଲା । ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଶେଷ ହେବା ପୂର୍ବରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପ୍ରଶ୍ନପତ୍ର ।
ସେପଟେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ କହିଛନ୍ତି, ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ କରାଯିବ । ଏଥିରେ ଯିଏ ସମ୍ପୃକ୍ତ ଥିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
BREAKING NEWS
- ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି
- FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ ଦୁର୍ବ୍ୟବହାର…’, ବିଜେପିର ବଡ ଅଭିଯୋଗ, ଦୁହିଁଙ୍କ ନାଁରେ FIR!
- Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍ ଓ ଯନ୍ତ୍ରପାତି ଜବତ
- ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା SSA ପ୍ରୋଗ୍ରାମର
- ଆଉ ନାହାନ୍ତି ନାନା ପାଟେକର; ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ
- ବାଲୁକାଶିଳ୍ପୀ ମାନସ ସାହୁଙ୍କ ବାଲୁକା ଆନିମେସନ୍ରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି
- ସହଜ ନଥିଲା ନାନା ପାଟେକରଙ୍କ ଜୀବନ ଯାତ୍ରା; ୧୩ ବର୍ଷରୁ କାମ ଆରମ୍ଭ କରିଥିଲେ, ପୋଷ୍ଟର ପେଣ୍ଟିଂ…
- ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି
- ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ, ଆତଙ୍କିତ ଛାତ୍ରଛାତ୍ରୀ
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି ଅଭିଯୋଗ; ଚାକିରି ଅବଧି ବଢ଼ାଇବାକୁ…

Comments are closed.