ଭୁବନେଶ୍ୱର: ସବୁ ବ୍ୟବସ୍ଥା ମାରିଲା ଫେଲ୍ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ପ୍ରଥମ ଦିନରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ ।
ଗତବର୍ଷ ବି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏସବୁ ବ୍ୟବସ୍ଥା ଫେଲ୍ ମାରିଲା । ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଶେଷ ହେବା ପୂର୍ବରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପ୍ରଶ୍ନପତ୍ର ।
ସେପଟେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ କହିଛନ୍ତି, ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ କରାଯିବ । ଏଥିରେ ଯିଏ ସମ୍ପୃକ୍ତ ଥିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
BREAKING NEWS
- ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ
- ଭାରତୀୟ ରାଜନେତାମାନେ ତାଙ୍କ ରାଜନୈତିକ ପ୍ରଚାରରେ ପାକିସ୍ତାନକୁ ଟାଣନ୍ତୁନି
- ଲିଭୁନି ଶିମିଳିପାଳ ନିଆଁ, ସେପଟେ ଜଳୁଛି ସାରକୁଣ୍ଡ ସଂରକ୍ଷିତ ଜଙ୍ଗଲ
- ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିର ତାଣ୍ଡବ, ନିଆଁ ଲିଭାଉଛନ୍ତି ସେନା କର୍ମଚାରୀ
- କାହିଁକି ଦ୍ବିତୀୟ ଆସନରେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛନ୍ତି ରାହୁଲ ଗାନ୍ଧୀ?
- ସ୍କୁଲ ପିଲାଙ୍କୁ ମିଳୁନି ବହି, ୟୁନିଫର୍ମ; କୋର୍ଟ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ କ୍ଷମତାପ୍ରତି ଆଗ୍ରହୀ
- ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ହାଇକୋର୍ଟଙ୍କ ଖାରଜ, ଚ୍ୟାଲେଞ୍ଜ କଲେ ଓଡ଼ିଶା ସରକାର
- ଆହୁରି ଜଳିବ ଓଡିଶା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
- ବର୍ଷା ସିଂ ବରିହାଙ୍କ ପାଇଁ ବଡ଼ ଅଡ଼ୁଆ କଲା ଟିଟିଲାଗଡରେ ଟୁକୁନିଙ୍କ ବୟାନ!
- ଧମକ ପରେ ବିମାନବନ୍ଦରକୁ ଘାରିଛି ବୋମା ଭୟ