Latest Odisha News

BREAKING NEWS

କରୋନା ଭୟ: ଜାପାନ ଜାହାଜରେ ଫସିରହିଛନ୍ତି ବ୍ରହ୍ମପୁରର ଯୁବ ଇଂଜିନିୟର

ବ୍ରହ୍ମପୁର: ବ୍ରହ୍ମପୁର ପନ୍ଦରାସାହିର ଯୁବ ଇଂଜିନିୟର ଜାପାନର ୟୋକୋହାମା ଜାହାଜରେ ୧୫ ଦିନ ହେଲା ଫସିରହିଛନ୍ତି । ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ପରିବାର ଲୋକେ ଏନେଇ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଶିବାଶିଷଙ୍କ ସାମ୍ପୁଲ ଟେଷ୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି ।

ଜାପାନର ୟୋକୋହାମା ଜାହାଜରେ ଫସିଥିବା ୧୬୦ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ତାଙ୍କ ପୁଅ ବୋଲି ଶିବାଶିଷଙ୍କ ମାତା-ପିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି କି, ଆମେରିକୀୟ ନାଗରିକଙ୍କୁ ତାଙ୍କ ସରକାର ଜାହାଜରୁ ଉଦ୍ଧାର କରିଥିବା ନେଇ ଶିବାଶିଷ ତାଙ୍କ ମାତା-ପିତାଙ୍କୁ ହ୍ୱାଟସଆପ୍ ଜରିଆରେ ମେସେଜ୍ କରିଥିଲେ । କିନ୍ତୁ ଜାହାଜରେ ଫସିରହିଥିବା ୧୬୦ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା କହିଥିଲେ ।

ଶିବାଶିଷଙ୍କ ମାତା ପିତାଙ୍କ କହିବା ମୁତାବକ, ସାମ୍ପୁଲ ଟେଷ୍ଟ ନେଗେଟିଭ ଆସିଥିଲେ ସୁଦ୍ଧା ଶିବାଶିଷଙ୍କୁ ଜାହାଜ ଛାଡିବାକୁ ଅନୁମତି ମିଳିନି । ସେ ୧୫ଦିନ ହେଲା ଅଖିଆଅପିଆ ଜାହାଜରେ ପଡିରହିଛନ୍ତି ।

ଜାହାଜରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଶିବାଶିଷଙ୍କ ମାତା ପିତା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.