Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ନୂଆପଡ଼ାରୁ ୩୦ ଜଣ, କଟକରୁ ୧୬ ଜଣ, ବରଗଡ଼ରୁ ୧୫ ଜଣ, ଅନୁଗୁଳରୁ ୧୪ ଜଣ, କଳାହାଣ୍ଡିରୁ ୧୨ ଜଣ, ସମ୍ବଲପୁରରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ, ଯାଜପୁରରୁ ୮ ଜଣ, ଗଞ୍ଜାମରୁ ୭ ଜଣ, ବାଲେଶ୍ୱରରୁ ୬ ଜଣ, ଭଦ୍ରକରୁ ୬ ଜଣ, ନବରଙ୍ଗପୁରରୁ ୫ ଜଣ, ପୁରୀରୁ ୫ ଜଣ, ବଲାଙ୍ଗିରରୁ ୪ ଜଣ, କେନ୍ଦୁଝରରୁ ୪ ଜଣ, ରାୟଗଡ଼ାରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ, ନୟାଗଡ଼ରୁ ୨ ଜଣ, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.