Latest Odisha News

‘୪ ସପ୍ତାହ ମଧ୍ୟରେ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି’

ମସ୍କୋ:କରୋନା ମହମାରୀ ତାର ଦାଉ ସାଧୁଥିବା ବେଳେ ଏବେ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହା ଆମେ କହୁ ନାହୁଁ, ରୁଷିଆର ବରିଷ୍ଠ ମିଲିଟାରୀ ଆନାଲିଷ୍ଟ ପାଭେଲ ଫେଲଗେନହର କହିଛନ୍ତି । ଆଗାମୀ ୪ ସପ୍ତାହ ମଧ୍ୟରେ ବିଶ୍ୱ ଏକ ଭୀଷଣ ଯୁଦ୍ଧକୁ ସାମ୍ନା କରିବାକୁ ଯାଉଛି । ତେବେ କେଉଁ କାରଣ ନେଇ ଏ ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେ ସମ୍ପର୍କରେ ସ୍ପଷ୍ଟ କରି କହି ନାହାନ୍ତି । ତେବେ ଅନୁମାନ କରାଯାଉଛି ରୁଷ-ୟୁକ୍ରେନ ସୀମାରେ ଲାଗି ରହିଥିବା ଉତେଜନା ତୀବ୍ର ରୂପ ଧାରଣ କରିପାରେ । ରୁଷ ସୀମାରେ ୪୦୦୦ ସୈନିକଙ୍କୁ ପଠାଇବା ସହ ଯୁଦ୍ଧ ସାମଗ୍ରୀ ଏବଂ ବିମାନ ମଧ୍ୟ ମୁତୟନ କରିଛି ।

ୟୁକ୍ରେନ ସହ ଆମେରିକାର ଭଲ ସମ୍ପର୍କ ଥିବା ବେଳେ ରୁଷ ଏବଂ ଆମେରିକା ବଡ ଶତ୍ରୁ ଭାବେ ପରିଚିତ । ୟୁକ୍ରେନ ଉପରେ ରୁଷ ଆକ୍ରମଣ କଲେ ଆମେରିକା ନିଶ୍ଚିତ ଭାବେ ବାହାରିବ । ଏହା ପରେ ଧିରେ ଧିରେ ଅନ୍ୟ ଦେଶଗୁଡିକ ଏହି ଯୁଦ୍ଧରେ ସାମିଲ ହେବେ ବୋଲି ସେ ଶଙ୍କା ବ୍ୟକ୍ତ କରିଛନ୍ତି । ଆମେରିକା ଇତି ମଧରେ ୟୁକ୍ରେନକୁ ଅନେକ ଯୁଦ୍ଧ ସାମଗ୍ରୀ ପଠାଇଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.