Latest Odisha News

BREAKING NEWS

ରାଜ୍ୟରେ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭ କରୋନା ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୯ ଜଣ ଓ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ନୂଆପଡ଼ା, ସମ୍ବଲପୁରରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବର, ବଲାଙ୍ଗିର, ଯାଜପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ପୁରୀରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ଢ଼େଙ୍କାନାଳ ଓ ସୋନପୁରରୁ ୨ ଜଣ ଲେଖାଏଁ, ଅନୁଗୁଳ, କଟକ, କଳାହାଣ୍ଡି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩ ଲକ୍ଷ ୩୪ ହଜାର ୨୪୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.