Latest Odisha News

BREAKING NEWS

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ: ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଫୁଲବାଣୀ ପୋଲିସ ଗିରଫ କରିଛି । ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ ଥାନା ଚେଷ୍ଟା ଚଳାଇଥିବା ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି ।

ଗିରଫ ପରେ ତାଙ୍କୁ SDJM କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଦେବନ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

Leave A Reply

Your email address will not be published.