Latest Odisha News

ପୌର ଲଢ଼େଇରେ ଶଙ୍ଖନାଦ: ଉପକୂଳର ୯ ଜିଲ୍ଲାରେ ବିଜେଡିକୁ ୭୭% ସଫଳତା

ଉପକୂଳର ୯ ଜିଲ୍ଲାର ୪୫ଟି ପୌରାଞ୍ଚଳରରୁ ବିଜେଡି ହାତେଇଛି ୩୫ ଅଧ୍ୟକ୍ଷ ପଦ

ଭୁବନେଶ୍ୱର: ପଞ୍ଚାୟତ ଭଳି ପୌର ଲଢ଼େଇରେ ବି କାମ ଦେଲା ନବୀନ ମ୍ୟାଜିକ୍ । ଚାରିଆଡ଼େ ଶଙ୍ଖନାଦ । ବିଜେଡି ବିପୁଳ ସଫଳତା ପାଇଛି । ୧୦୫ ଏନଏସି ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ୭୩ଟି ଜିତିଛି । ବିଜେପି ୧୬, କଂଗ୍ରେସ ୭ ଓ ଅନ୍ୟାନ୍ୟ ୯ଟିରେ ବାଜି ମାରିଛନ୍ତି । ଉପକୂଳର ୯ଟି ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିଛି ।

BjdElectrycity

ଉପକୂଳରେ ୯ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରେ ପୌରାଧ୍ୟକ୍ଷ ନିର୍ବାଚନରେ ବିଜୟ ବାନା ଉଡ଼ାଇଛନ୍ତି ବିଜେଡି ପ୍ରାର୍ଥୀ । ଏସବୁ ଜିଲ୍ଲାରେ ରହିଛି ୪୫ଟି ପୌରାଞ୍ଚଳ । ଏଥିରୁ ବିଜେଡି ୩୫, ବିଜେପି ୪ ଓ କଂଗ୍ରେସ ୨ଟି ପୌରାଧ୍ୟକ୍ଷ ପଦ କବଜା କରିଛନ୍ତି ।

ଅର୍ଥାତ ପୌର ଫଳାଫଳ ଦର୍ଶାଉଛି, ଉପକୂଳର ୯ ଜିଲ୍ଲାରେ ବିଜେଡିର ସଫଳତା ହାର ୭୭ ପ୍ରତିଶତ ରହିଛି । ଏସବୁ ଜିଲ୍ଲାରେ ବିଜେଡିର ଅଧିକାଂଶ କାଉନସିଲର ଓ କର୍ପୋରେଟର ବି ବାଜି ମାରିଛନ୍ତି । ଏଥିରୁ ୫ ଜିଲ୍ଲାରେ କ୍ଲିନ୍ ସୁଇପ୍ କରିଛି ବିଜେଡି । ସେସବୁ ଜିଲ୍ଲା ହେଲା ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ । ଏସବୁ ଜିଲ୍ଲାରେ ସବୁ ପୌରାଧ୍ୟକ୍ଷା ଆସନ ବିଜେଡି ଖାତାକୁ ଯାଇଛି ।

Leave A Reply

Your email address will not be published.