Latest Odisha News

BREAKING NEWS

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ଭୂମିକାକୁ ନେଇ ଘନେଇଲା ବିବାଦ !

ବରଗଡ଼: ଚଳିତ ବର୍ଷ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଂସ ଅଭିନୟ କରିବାକୁ ନେଇ କଳାକାର ସମନ୍ୱୟ କମିଟିରେ ବିବାଦ ସୃଷ୍ଟି ହୋଇଛି ।

ସାଧାରଣତଃ ଯେଉଁ କଂସ ମନୋନୟନ ହୋଇଥାଆନ୍ତି ସେ ତିନିବର୍ଷ ଲାଗି ଚୟନ ହୋଇ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି ।

ବର୍ତ୍ତମାନ ୨୦୧୭ରୁ ବିଗତ ୨ ବର୍ଷ ଧରି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିଆସୁଛନ୍ତି ।


ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅନ୍ୟାନ୍ୟ କଳାକାର ମାନଙ୍କ ଚୟନ ହେଉଥିବା ବେଳେ ଏଥର କଂସ ଭୂମିକା ଲାଗି ନୂଆ ଅଭିନେତା ଚୟନ ହେବାର ଆଲୋଚନା ହୋଇଥିଲା ।

ଏହାକୁ ନେଇ କଳାକାର ସଂଘ ଏବଂ ଉତ୍ସବର କାର୍ଯ୍ୟକର୍ତ୍ତା ଘୋର ବିରୋଧ କରିଥିଲେ । ଏହି ଘଟଣା ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି ।

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ।

ସୂତ୍ରରୁ ଜଣାପଡ଼ିଛି ଯେ, ଅନୁଷ୍ଠାନର କମିଟି ପକ୍ଷରୁ କଂସଙ୍କ ବ୍ୟତୀତ ଅନ୍ୟାନ୍ୟ କଳାକାରମାନଙ୍କ ଚୟନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେଣୁ କେବଳ ଅନ୍ୟାନ୍ୟ କଳାକାରମାନଙ୍କ ଲାଗି ଅଡ଼ିସନ ଟେଷ୍ଟ ହେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ପରବର୍ତ୍ତୀ ସୂଚନାନୁଯାୟୀ ଏଥର ଅଡ଼ିସନ ଟେଷ୍ଟରେ ନୂଆ କଂସଙ୍କ ଲାଗି ମଧ୍ୟ ଚୟନ ପ୍ରକ୍ରିୟା ହେବାର ଜଣାପଡ଼ିଲା ।

ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନଭେମ୍ବର ୧୬ ତାରିଖରେ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.