Latest Odisha News

BREAKING NEWS

ଗଞ୍ଜାମରେ ପୁଣି ଏକ ମୃତ ଦନ୍ତାହାତୀ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଶିକାରୀ ଗୁଳିରେ ଗତକାଲି ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣିଥରେ ଜିଲ୍ଲାର ଭଞ୍ଜନଗର ତାରାସିଂ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଢେପା ସାହିରୁ ଆଉ ଏକ ହାତୀର ମୃତଦେହ ଜବତ ହୋଇଛି ।

ଆଜି କିଛି ସ୍ଥାନୀୟ ବାସିନ୍ଦା କୋକଳବା ନାଳ ନିକଟରୁ ହାତୀର ମୃତଦେହ ଠାବ କରି ବନବିଭାଗକୁ ଖବର ଦେଇଥିଲେ ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ମୃତ ଦନ୍ତାହାତୀର ଦେହରେ କୌଣସି କ୍ଷତ ଚିହ୍ନନଥିବା ପ୍ରକାଶ କରିଛନ୍ତି ବନବିଭାଗ କର୍ମଚାରୀ ।

ତେବେ ଉକ୍ତ ହାତୀ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବନବିଭାଗ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।

ଅଧିକ ପଢନ୍ତୁ:-  ଗଞ୍ଜାମ: ଗୁଳିବିଦ୍ଧ ଦନ୍ତା ହାତୀର ମୃତ ଦେହ ଉଦ୍ଧାର
Leave A Reply

Your email address will not be published.