Latest Odisha News

BREAKING NEWS

ଗଞ୍ଜାମ: ଗୁଳିବିଦ୍ଧ ଦନ୍ତା ହାତୀର ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରବିବାର ସକାଳୁ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ମେଘାଝୋଲି ଓ ନିମଖାଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ରକ୍ତ ଜୁଡୁବୁଡୁ ଦନ୍ତାହାତୀର ମୃତ ଦେହକୁ ପଡିଥିବା ବେଳେ ତାହାକୁ ଠାବ କରିଥିଲେ କିଛି ସ୍ଥାନୀୟ ବାସିନ୍ଦା । ହାତୀକୁ କେହି ଗୁଳି କରି ହତ୍ୟା କରିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଏନେଇ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତା ହାତୀର ମୃତ ଦେହକୁ ଉଦ୍ଧାର କରିଛନ୍ତି । ଅପରପକ୍ଷରେ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଦନ୍ତା ହାତୀଟିକୁ କେହି ଶିକାରୀ ଗୁଳି କରି ହତ୍ୟା କରିଥିବା ନେଇ ବନବିଭାଗ ସୁତ୍ରରୁ ପ୍ରକାଶ ।

ତେବେ ହାତୀର ବେକରେ ଗୁଳି ବାଜିଥିବା ନେଇ ଦେଖିବାକୁ ମିଳିଥିବା ବେଳେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.