Latest Odisha News

BREAKING NEWS

ଘୂର୍ଣ୍ଣିଝଡ଼ ପିଥାଇ: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ପିଥାଇ ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଥିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କିଛି ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି ।

୧. ୧୨୮୩୯ ହାୱଡ଼ା-ଚେନ୍ନାଇ ମେଲ୍: ନୂଆପଡ଼ା ଜଙ୍କସନରୁ ବାହାରି ଏହା ବିଜୟନଗରମ୍ ଠାରେ ଅଟକିବ।

୨. ୨୨୬୪୨ ସାଲିମାର-ତ୍ରିଭେନ୍ଦ୍ରମ ଏକ୍ସପ୍ରେସ୍: ସୁମାଦେବୀରୁ ବାହାରି ପଲାସା ଠାରେ ଅଟକିବ।

୩. ୧୨୫୧୦ ଗୌହାଟୀ-ବାଙ୍ଗାଲୋର ଏକ୍ସପ୍ରେସ- ସୁରଲା ରୋଡରୁ ବାହାରି ପଲାସା କିମ୍ବା ତା ପୂର୍ବରୁ ଅଟକିବ ।

୪. ୧୨୮୬୩ ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍- ବିଶାଖାପାଟଣା ଠାରେ ଅଟକିବ ।

୫. ୧୮୪୬୩ ଭୁବନେଶ୍ୱର- ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ୍- ବିଶାଖାପାଟଣା ଠାରେ ଅଟକିବ ।

୬. ୧୭୦୧୫ ସିକନ୍ଦରାବାଦ-ବିଶାଖା ଏକ୍ସପ୍ରେସ- ବ୍ରହ୍ମପୁରରୁ ବାହାରି ପଲାସା କିମ୍ବା ତା ପୂର୍ବରୁ ଅଟକିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.