Latest Odisha News

BREAKING NEWS

ଏଏସ୍ଆଇ କରୁ କପିଳେଶ୍ୱର ମନ୍ଦିରର ରକ୍ଷାଣବେକ୍ଷଣ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବାବା କପିଳେଶ୍ୱର ମନ୍ଦିର ରାଜ୍ୟର ଅନ୍ୟତମ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ । ଏହି ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (Archeological Survey of India)  ଦ୍ୱାରା ସଂରକ୍ଷିତ କ୍ଷେତ୍ର ସୂଚୀରେ ରହିବା ଯୋଗ୍ୟ ଅଟେ ।

ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି, କାହିଁକି ମନ୍ଦିର ଏଏସ୍ଆଇରେ ସାମିଲ ହେବା ଦରକରା ।

ଆଲୋଚନା ପରେ ସକାରାତ୍ମକ ଭାବେ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିବା ସାଂସଦ ଅପରାଜିତା କହିଛନ୍ତି । ଖୁବଶୀଘ୍ର ଏହା ଏଏସ୍ଆଇ ସଂରକ୍ଷିତ ସୂଚୀରେ ସ୍ଥାନ ପାଇବ ଏବଂ ମନ୍ଦିରର ରକ୍ଷାଣବେକ୍ଷଣ, ବିକାଶ କାର୍ଯ୍ୟ, ସୌନ୍ଦର୍ଯ୍ୟ କରଣ ହୋଇ ପାରିବ ବୋଲି ଅଶା କରାଯାଉଛି ।

Leave A Reply

Your email address will not be published.